ହାତୀ ଆକ୍ରମଣରେ ଜଣଙ୍କ ଜୀବନ ଗଲା

ଲୋଇସିଂହା,୨୯।୧୧(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ଭାଲୁପାଲି ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ସୋମବାର ସକାଳେ ମୃତ୍ୟୁ ଘଟଛି l ମୃତ ଚାଷୀ ଜଣଙ୍କ ହେଲେ ଗୋପାଳ ପୋଢ଼(୪୮)l ଏହି ଘଟଣାକୁ ନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି l ଉତ୍ତେଜିତ ଲୋକଙ୍କ ଆକ୍ରମଣରେ ଜଣେ ବନ କର୍ମଚାରୀ ଆହତ ହୋଇଛନ୍ତି।
ସୂଚନାନୁସାରେ, ଗତ କିଛି ଦିନ ହେଲା ଉକ୍ତ ଅଞ୍ଚଳରେ ହାତୀ ଉପଦ୍ରବ ଯୋଗୁ ଧାନ ଫସଲ ନଷ୍ଟ ହେଉଛି l ରବିବାର ରାତିରେ ହାତୀପଲ ବୁର୍ଡ଼l, ଲୁହୁରାପାଲି, ଯୋଗିସର୍ଡl ଅଞ୍ଚଳରେ ଉପଦ୍ରବ ମଚାଇ ଭାଲୁପାଲି ନିକଟସ୍ଥ ରମାଇ ପାହାଡ଼କୁ ଫେରୁଥଲେ l ସକାଳ ସାଢେ ୬ଟା ସମୟରେ ଗୋପାଳ ତାଙ୍କ ଝାଙ୍କର ବାହାଲି ସ୍ଥିତ ଖେତରେ ଭିରା ହୋଇଥିବା ଧାନ ଦେଖିବାକୁ ଯାଇ ହାତୀ ପଲ ହାବୁଡ଼ରେ ପଡି ଯାଇଥିଲେ l ଏକ ମାଈହାତୀ ଗୋପାଳଙ୍କୁ ଦଳି କଚାଡି ଶରୀର ଦୁଇ ଖଣ୍ଡ କରି ମାରିଦେଇଥିଲା l ଖବର ପାଇ ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଯାଇ ବନ ବିଭାଗର ଅବହେଳା ଯୋଗ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି l