ହାତୀପଲ ଉଜାଡିଲେ ରବିଧାନ ଫସଲ

ବିନିକା, ୧୪ା୪(ଡି.ଏନ୍‌.ଏ.): ସୁବଣ୍ଣର୍ର୍ପୁର ଜିଲା ବିନିକା ବ୍ଲକ ସିନ୍ଦୁରପୁର ପଞ୍ଚାୟତ ଅନ୍ତର୍ଗତ ମଣିଗାଁ ଗଁାରେ ହାତୀ ଉପଦ୍ରବ ଦେଖାଦେଇଛି। ଉଲୁଣ୍ଡା ଜଙ୍ଗଲରୁ ସିଣ୍ଡୋଳ ମହାନଦୀ ଦେଇ ଆସିଥିବା ହାତୀପଲ ଗଁା ସମୀପ ରବିଧାନ କ୍ଷେତରେ ପଶି ଖାଇବା ସହ ଦଳିଚକଟି ନଷ୍ଟ କରି ଦେଇଛନ୍ତି। ଗ୍ରାମର ଦୁଃଶାସନ ବାଘଙ୍କ ୩ଏକର, ସତ୍ୟବର ପ୍ରସାଦ ରାଓଙ୍କ ୬ଏକର, ରାଜାରାମ ନାୟକଙ୍କ ଅଧ ଏକର ଏବଂ ରାମହରି ମହାକୁରଙ୍କ ୩ ଏକର ଧାନକ୍ଷେତ୍ର ନଷ୍ଟ ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ବନବିଭାଗ ହାତୀ ଘଉଡାଇବା ନେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଚାଷୀ ମହଳରେ ଦାବି ହେଉଛି।