ହାତରେ ମେହେନ୍ଦି ଲଗାଉଥିଲେ…

ହାତରେ ମେହେନ୍ଦି ଲଗାଇବାକୁ ପ୍ରତ୍ୟେକ ଯୁବତୀ ଭଲ ପାଆନ୍ତି। କିନ୍ତୁ ସମସ୍ତଙ୍କ ହାତରେ ଏହାର ରଙ୍ଗ ଗାଢ଼ ଆସେ ନାହିଁ। ଏହାର ରଙ୍ଗ ଗାଢ଼ କରିବାକୁ ଚାହୁଁଥିଲେ ଜାଣନ୍ତୁ କିଛି ଟିପ୍ସ…- ମେହେନ୍ଦି ଲଗାଇବା ପୂର୍ବରୁ ହାତକୁ ଭଲଭାବେ ଧୋଇଦିଅନ୍ତୁ। ଏହାପରେ ଆଷ୍ଟ୍ରିଜେଣ୍ଟ୍‌ କିମ୍ବା ଟୋନର ଲଗାଇ ସଫାକରନ୍ତୁ।
– ବର୍ତ୍ତମାନ ହାତରେ ମେହେନ୍ଦି ତେଲ ଲଗାନ୍ତୁ।
– ମେହେନ୍ଦି ଲଗାଇବା ପରେ ଅତିକମ୍‌ରେ ଏହାକୁ ୪-୫ ଘଣ୍ଟା ହାତରେ ଶୁଖିବାକୁ ଦିଅନ୍ତୁ। ରାତିରେ ହିଁ ହାତରେ ମେହେନ୍ଦି ଲଗାନ୍ତୁ। ସକାଳେ ଉଠି ଦେଖିବେ ଭଲ ଭାବେ ଶୁଖି ଗାଢ଼ ରଙ୍ଗ ହୋଇଥିବ।
– ମେହେନ୍ଦି ଲଗାଇବାର କିଛି ସମୟ ପରେ ତାହା ଅଳ୍ପ ଶୁଖିଗଲେ ତା’ ଉପରେ ଲେମ୍ବୁରସ ଏବଂ ଚିନିର ମିଶ୍ରଣକୁ ତୁଳା ସାହାଯ୍ୟରେ ଲଗାନ୍ତୁ। ମେହେନ୍ଦି ଛଡ଼ାଇବା ପର୍ଯ୍ୟନ୍ତ ମଝିରେ ମଝିରେ ଏହାର ମିଶ୍ରଣକୁ ଲଗାଇବାକୁ ଭୁଲନ୍ତୁ ନାହିଁ।
– ମେହେନ୍ଦି ସମ୍ପୂର୍ଣ୍ଣ ଶୁଖିଯିବା ପରେ ଏହାକୁ ହ୍ୟାଣ୍ଡ୍‌ଓ୍ବାଶ କିମ୍ବା ସାବୁନରେ ଧୁଅନ୍ତୁ ନାହିଁ। ପାଣି ମଧ୍ୟ ବ୍ୟବହାର ନ କରି ଦୁଇ ହାତରେ ଧୀରେ ଧୀରେ ଘଷି ଛଡ଼ାଇବା ଭଲ।
– ବର୍ତ୍ତମାନ ଏକ ତାଓ୍ବା ଗରମ କରି ସେଥିରେ ୫-୬ଟି ଲବଙ୍ଗ ରଖନ୍ତୁ। ସେଥିରୁ ନିର୍ଗତ ଧୂଆଁରେ ହାତ ଦେଖାନ୍ତୁ। ଏହା ମେହେନ୍ଦିର ରଙ୍ଗକୁ ଗାଢ଼ କରିବାରେ ବେଶ୍‌ ସହାୟକ ହୁଏ।
– ଏହାପରେ ହାତରେ ସୋରିଷ ତେଲ ଲଗାଇବାକୁ ଆଦୌ ଭୁଲନ୍ତୁନାହିଁ।