ହାତରେ ତ୍ରିରଙ୍ଗା ଧରିଥିବା ତୈମୁରଙ୍କ ଫଟୋ ଭାଇରାଲ

ମୁମ୍ବାଇ: ଦେଶରେ ୭୧ ତମ ସାଧାରଣତନ୍ତ୍ର ଦିବସ ପାଳିତ ହେଉଥିବାବେଳେ ଶୈଫ୍‌ ଅଲ୍ଲୀ ଖାଁ ଏବଂ କରୀନା କପୁର ଖାଁଙ୍କ ପୁଅ କୁନ୍‌ମୁନ୍‌ ତୈମୁର ମଧ୍ୟ ଆନନ୍ଦ ଉତ୍ସାହ ମଧ୍ୟରେ ଏହା ପାଳନ କରିଛନ୍ତି। ସେ ତାଙ୍କ ସାଙ୍ଗସାଥୀଙ୍କ ସହିତ ପତାକା ଉତ୍ତୋଳନ କରିଛନ୍ତି। ତାଙ୍କ କେୟାର ଟେକରଙ୍କ ଉପସ୍ଥିତିରେ ତୈମୁର ସାଧାରଣତନ୍ତ୍ର ଦିବସ ପାଳନ କରିଛନ୍ତି। ତୈମୁର ହାତରେ ତ୍ରିରଙ୍ଗା ଧରିଥିବା ଫଟୋ ତଥା ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ପ୍ରଶଂସକ ତୈମୁରଙ୍କ ଏଭଳି କାର୍ଯ୍ୟକୁ ବେଶ୍‌ ପସନ୍ଦ କରିଛନ୍ତି।

Share