Categories: ଖେଳ

ହାତରେ ଛତା, ବ୍ୟାଟ୍‌ ଧରି ପଡିଆକୁ ଓହ୍ଲାଇଲେ ରୋହିତ୍‌

ପୋର୍ଟ ଅଫ ସ୍ପେନ,୧୧।୮: ବର୍ଷା ଯୋଗୁ ପ୍ରଥମ ଦିନିକିଆ ଧୋଇଯିବା ପରେ ଭାରତ ଓ ଘରୋଇ ଓ୍ବେଷ୍ଟଇଣ୍ଡିଜ ରବିବାର ସିରିଜର ଦ୍ୱିତୀୟ ମ୍ୟାଚରେ ପରସ୍ପରକୁ ଭେଟିବେ। ତ୍ରିନିଦାଦର ପୋର୍ଟ ଅଫ ସ୍ପେନସ୍ଥିତ କୁଇନ୍ସ ପାର୍କ ଓଭାଲ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଏହି ମ୍ୟାଚ ପୂର୍ବରୁ ଖେଳାଳିମାନେ ଅଭ୍ୟାସ କରିଛନ୍ତି। ଅଭ୍ୟାସବେଳେ ବର୍ଷା ଲାଗିରହିଥିବାରୁ ଖେଳାଳିମାନେ ଇନଡୋର ଷ୍ଟାଡିୟମରେ ଅଭ୍ୟାସ କରିଛନ୍ତି। ଭାରତୀୟ ଓପନର୍‌ ରୋହିତ ଶର୍ମା ହାତରେ ଛାତା ଏବଂ ବ୍ୟାଟ୍‌ ଧରି ଅଭ୍ୟାସ କରିବାକୁ ଆସିଥିଲେ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ରୋହିତଙ୍କ ଫଟୋ ଶେୟାର୍‌ କରି ଲେଖିଛି, ଇନଡୋର୍‌ ଷ୍ଟାଡିୟମରେ ବି ରୋହିତ୍‌ ମଜା କରିବାର ସୁଯୋଗ ଖୋଜୁଛନ୍ତି।

Share