Categories: ଖେଳ

ହାତରେ ଓଡ଼ିଆ ଟାଟୁ କରି ଚର୍ଚ୍ଚାରେ ଥିଲେ ଭାରତର ପ୍ରସିଦ୍ଧ ଅଲରାଉଣ୍ଡର

ଭାରତୀୟ କ୍ରିକେଟ ଟିମ୍‌ର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ସବୁବେଳେ ଚର୍ଚ୍ଚାରେ ଥାନ୍ତି। କେତେବେଳେ ନିଜ ଗର୍ଲଫ୍ରେଣ୍ଡ୍‌ ପାଇଁ ତ ଆଉ କେତେବେଳେ ନିଜ ଫ୍ୟାଶନ୍‌ ଷ୍ଟାଇଲ୍‌ ପାଇଁ। ମଝିରେ ସେ ନିଜ ଟାଟୁ ପାଇଁ ମଧ୍ୟ ବେଶ୍‌ ଚର୍ଚ୍ଚାରେ ଥିଲେ। ପାଣ୍ଡ୍ୟା ନିଜ ହାତରେ ୧୬ଟି ଭାଷାରେ ଟାଟୁ କରି ନିଜ ନାଁ ଲେଖିଥିଲେ। ବର୍ତ୍ତମାନ ହାତରେ ନିଜ ନାମର ଟାଟୁ ଦେଖାଇ ଚର୍ଚ୍ଚାକୁ ଆସିଥିଲେ ଟିମ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ଟାଟୁରେ ୧୬ଟି ଭାଷାରେ ‘ହାର୍ଦ୍ଦିକ’ ବୋଲି ଲେଖିଛନ୍ତି ସେ। ସବୁବେଳେ ନିଜ ଷ୍ଟାଇଲିସ ଅନ୍ଦାଜ ପାଇଁ ସେ ଫ୍ୟାନ୍‌ଙ୍କ ହୃଦୟ ଜିଣିଛନ୍ତି।

Share