Posted inପୁରୀ

ହାତବାନ୍ଧି ବସିଛନ୍ତି ମତ୍ସ୍ୟଜୀବୀ

ପୁରୀ ଅଫିସ,୨୪ା୩:
ପୁରୀ ପେଣ୍ଠକଟାର ମତ୍ସ୍ୟଜୀବୀଙ୍କ ଭାତହାଣ୍ଡି ହେଉଛି ସମୁଦ୍ର। ସମୁଦ୍ରରୁ ମାଛ ମାରି ପରିବାର ପ୍ରତିପୋଷଣ କରିଥାନ୍ତି। ହେଲେ କରୋନା ଏବେ ସେମାନଙ୍କ ପାଇଁ ଦୁଃଖ ଆଣିଛି। ମାଛ, ମାଂସକୁ ନେଇ ଗୁଜବ, ପୁରୀର ହୋଟେଲ ଶିଳ୍ପରେ ତାଲା ଝୁଲିବା ଏବଂ ଗାଡ଼ି ଉପରେ କଟକଣା ପାଇଁ ସେମାନଙ୍କ ହାତ ଏକପ୍ରକାର ବାନ୍ଧି ହୋଇଯାଇଛି। ଯଦିଓ ଅଳ୍ପ କେତେଜଣ ମତ୍ସ୍ୟଜୀବୀ ପେଟପାଟଣା ପାଇଁ ସମୁଦ୍ରକୁ ମାଛ ଧରିବା ପାଇଁ ଯାଉଛନ୍ତି କିନ୍ତୁ ବିକ୍ରି ଠିକ୍‌ ଭାବେ ହୋଇପାରୁ ନାହିଁ। ଗୋଟିଏ ପଟେ କରୋନା ନେଇ ସରକାରଙ୍କ କଟକଣା ଏବଂ ଅନ୍ୟପଟେ ସେମାନଙ୍କ ଜୀବିକା ଏଭଳି ଘଡ଼ିସନ୍ଧିି ମୁହୂର୍ତ୍ତରେ ସେମାନେ କ’ଣ କରିବେ ଚିନ୍ତାରେ ପଡ଼ିିଛନ୍ତି। ନା କାହାକୁ କିଛି କହିପାରୁଛନ୍ତି ନା ପେଟର ଜ୍ୱାଳାକୁ ସହିପାରୁଛନ୍ତି ଏମିତି ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ମତ୍ସ୍ୟଜୀବୀ ପରିବାର।
ପେଣ୍ଠକଟା ଅଞ୍ଚଳରେ ୧୦ ହଜାରରୁ ଊର୍ଦ୍ଧ୍ୱ ମତ୍ସ୍ୟଜୀବୀ ପରିବାର ରହିଛନ୍ତି, ଯେଉଁମାନଙ୍କ ମୁଖ୍ୟ ବେଉସା ହେଉଛି ମାଛ ମାରିବା। ଅନେକ ମତ୍ସ୍ୟଜୀବୀ ଡଙ୍ଗା ନେଇ ସମୁଦ୍ରକୁ ଯାଇ ମାଛ ମାରି ଫେରିବା ପରେ ବିକ୍ରି କରିଥାନ୍ତି। ଫିସୋରୀରେ ମଧ୍ୟ ମାଛ ଦେଇଥାନ୍ତି। ମାତ୍ର ବାତ୍ୟା ଫନୀରେ ଏମାନଙ୍କ ଡଙ୍ଗା, ଜାଲ ନଷ୍ଟ ହୋଇଯାଇଥିଲା। ପ୍ରାୟ ସମସ୍ତଙ୍କ ଘର ଭାଙ୍ଗିଥିଲା। ଧୀରେ ଧୀରେ ଏମାନେ ଅଣ୍ଟା ସଳଖି ପୁଣି ନିଜ ବେଉସାକୁ ଆପଣାଇଥିଲେ। ହେଲେ ଏବେ କରୋନା ମାଡ଼ରେ ଅସ୍ତବ୍ୟସ୍ତ ହୋଇପଡ଼ିିଛନ୍ତି। ମତ୍ସ୍ୟଜୀବୀ ନେତା ଈଶ୍ୱର ରାଓ କହିଛନ୍ତି, ସମୁଦ୍ରରୁ ମାଛ ମାରିଲେ ଆମ ସମସ୍ତଙ୍କ ଘରେ ଚୁଲି ଜଳେ। ହେଲେ କରୋନା ପାଇଁ ଏବେ ଆମ ଜୀବନ ଜୀବିକା ପ୍ରଭାବିତ ହୋଇଛି। ଯଦିଓ ମାଛ, ମାଂସ ବିକ୍ରି ଉପରେ କଟକଣା ଲାଗିନାହିଁ କିନ୍ତୁ ଏହାକୁ ନେଇ ନାନା ଗୁଜବ ସୃଷ୍ଟି ହୋଇଛି। ମାଛ ଖାଇବା ପାଇଁ ଅନେକ ପସନ୍ଦ କରୁନାହାନ୍ତି। ପୁରୀର ହୋଟେଲ, ରେଷ୍ଟୁରାଣ୍ଟ ସବୁ ବନ୍ଦ ହୋଇଯାଇଛି। ଗାଡ଼ିି ଚଳାଚଳ ଉପରେ କଟକଣା ଯୋଗୁ ବରଫ ଠିକ୍‌ ଭାବେ ଆସୁନାହିଁ। ବାହାରୁ ମାଛ ନେବାକୁ ଗାଡ଼ିି ଆସୁ ନ ଥିବାବେଳେ ଟ୍ରେନ ଚଳାଚଳ ବି ବନ୍ଦ ରହିଛି। ବ୍ୟବସାୟୀମାନେ କରୋନା ଭୟରେ ବସ୍ତିକୁ ଆସୁନାହାନ୍ତି। ତେଣୁ ଅନେକ ମତ୍ସ୍ୟଜୀବୀ ପରିବାର ଏବେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ଅନ୍ୟଜଣେ ମତ୍ସ୍ୟଜୀବୀ ଚନ୍ଦ୍ରଶେଖର ରେଡ୍ଡୀ ସମାନ ମତ ରଖି ଏଭଳି ସ୍ଥିତିରେ ସରକାର ସେମାନଙ୍କ ପାଇଁ ସହଯୋଗର ହାତ ବଢାଇବାକୁ ଅନୁରୋଧ କରିଛନ୍ତି। କେବଳ ଏହି ଦୁଇଜଣ ନୁହଁନ୍ତି ସମସ୍ତ ମତ୍ସ୍ୟଜୀବୀଙ୍କ ମୁହଁରେ ଏବେ କରୋନା ଦୁଃଖର କାହାଣୀ। ତଥାପି ସମସ୍ତେ ସରକାରଙ୍କ ପଦକ୍ଷେପକୁ ଠିକ୍‌ ବୋଲି କହିଛନ୍ତି। ଆଗକୁ ନୂଆବର୍ଷ ଉଗାଦି ଥିବାରୁ ଗଁାରୁ ଫୋନ ଆସୁଛି। ସେମାନେ ଆନ୍ଧ୍ରପ୍ରଦେଶର ନିଜ ନିଜ ଗାଁକୁ ଯିବା ପାଇଁ ଚାହୁଁଥିଲେ ବି ଗାଡ଼ି ଚଳାଚଳ ବନ୍ଦ ଯୋଗୁ ଯାଇପାରୁନାହାନ୍ତି ବୋଲି ଈଶ୍ୱର ରାଓ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ! ଜଗା ସ୍ଥାନରେ ବଳିଆ

ଭୁବନେଶ୍ୱର,୩୧।୧୨: ଶ୍ରୀଜଗନ୍ନାଥ ମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ଅଭିଯୋଗ ହୋଇଛି। ଜଗା ସ୍ଥାନରେ ବଳିଆ ଓ ବଳିଆ ଜାଗାରେ ଜଗାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ...

ମହିଳାଙ୍କ ସହ ଯୌନସମ୍ପର୍କ ରଖି ଫଟୋ ଭାଇରାଲ କରିଦେଲେ ଯୁବକ: ସ୍ବାମୀ ଜାଣିବା ପରେ…

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି):ମହିଳାଙ୍କ ବିନା ସହମତିରେ ତାଙ୍କ ସହ ଯୌନସମ୍ପର୍କ ସ୍ଥାପନ କରିବା ସହ ଅଶ୍ଳୀଳ ଭିଡିଓ ସୋସିିଆଲ ମିଡିଆରେ ଭାଇରାଲ କରିବା ଅଭିଯୋଗରେ ବଳିଆପଣ୍ଡା...

୬ଦିନ ଯାଏ ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି):ଇଂଲିଶ ନବବର୍ଷର ପ୍ରଥମ ଦିନରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦର୍ଶନ କରି ବର୍ଷ ଆରମ୍ଭ କରିବା ନିମନ୍ତେ ଶ୍ରଦ୍ଧାଳୁ ଆଶା କରିଥାନ୍ତି। ତେଣୁ ଏହିଦିନ...

ନୂଆବର୍ଷ ପାଇଁ ପୁରୀରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ପୁରୀ,୩୦।୧୨: ନୂଆବର୍ଷ ପାଳନ ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ଶୃଙ୍ଖଳିତ ଦର୍ଶନ ପାଇଁ ୭୦ ପ୍ଲାଟୁନ ପୋଲିସ ଫୋର୍ସ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଚିଲିକାକୁ କମିଲେ ବିଦେଶାଗତ ପକ୍ଷୀ: ଏହି କାରଣରୁ ଆସିଲେନି ୧୦,୦୦୦

ଭୁବନେଶ୍ୱର,୨୯ା୧୨: ଚଳିତ ବର୍ଷ ଚିଲିକା ହ୍ରଦକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ହ୍ରାସ ପାଇଛି। ଏଥିପାଇଁ ଜଳବାୟୁ ପରିବର୍ତ୍ତନ ବା ‘କ୍ଲାଇମେଟ୍ ଚେଞ୍ଜ’କୁ ମୁଖ୍ୟ କାରଣ ବୋଲି...

ପୃଥକ ଦୁର୍ଘଟଣା: ଅଟୋ-ବାଇକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍‌

ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍‌ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri