Posted inରାଜ୍ୟ

ହାଡ଼ିଦାସ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ତ୍ରୁଟିପୂର୍ଣ୍ଣ ପରୀକ୍ଷା ପରିଚାଳନା: ଅନ୍ଧାରରେ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ; ଧାରଣା ଦେବେ ଅଭିଭାବକ

ଛତିଆ,୩୦ା୬(ଡି.ଏନ୍‌.ଏ.)- ଯାଜପୁର ଜିଲାର ଛତିଆସ୍ଥିତ ମହାପୁରୁଷ ହାଡ଼ିଦାସ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ତ୍ରୁଟିପୂର୍ଣ୍ଣ ପରୀକ୍ଷା ପରିଚାଳନା ଯୋଗୁ ମେଧାବୀ ଛାତ୍ରୀଛାତ୍ର ଯୁକ୍ତ ୩ ପରୀକ୍ଷାରେ ଫେଲ୍‌ ହୋଇଥିବା ଅଭିଯୋଗ ହୋଇଛି। ଏହି ମହାବିଦ୍ୟାଳୟର ଛାତ୍ରୀ ଧରିତ୍ରୀ ସାହୁ, ପ୍ରଜ୍ଞାପରମିତା ବରାଳ, ସସ୍ମିତା ପୃଷ୍ଟି, ସୁବ୍ରତ ଷଡଙ୍ଗୀ, ମିତାଲୀ ପରିଡା, ସସ୍ମିତା ଷେଣ୍ଢ, ରୋନି ପ୍ରଧାନ, ମିତାଲୀ ଜଟ, ପ୍ରଭାସିନୀ ଦାସଙ୍କ ସମେତ ୧୧ ଜଣ ଛାତ୍ରୀଛାତ୍ର ଯୁକ୍ତ ୩ ପ୍ରଥମରୁ ଶେଷ ବର୍ଷ ପର୍ଯ୍ୟନ୍ତ ଇଣ୍ଟରନାଲ ପରୀକ୍ଷା ଦେଇ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିଲେ। ପରେ ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ପ୍ରଥମ ସେମିଷ୍ଟରରୁ ଶେଷ ସେମିଷ୍ଟର ପରୀକ୍ଷା ଦେଇଥିଲେ। ମାତ୍ର ପରୀକ୍ଷା ଫଳ ଆସିବା ପରେ ଉକ୍ତ ଛାତ୍ରୀଛାତ୍ର ଇଣ୍ଟରନାଲ ପରୀକ୍ଷାରେ ଅନୁପସ୍ଥିତ ଥିବା ବିଶ୍ୱବିଦ୍ୟାଳୟ ତରଫରୁ ଦର୍ଶାଯାଇଥିଲା। ପରେ ଧରିତ୍ରୀ ସାହୁ ଓ ଅନ୍ୟ ଛାତ୍ରୀଛାତ୍ରମାନେ ଏ ନେଇ କଲେଜ ଅଧ୍ୟକ୍ଷ ପ୍ରଦୀପ କୁମାର ଦାସଙ୍କୁ ଜଣାଇଥିଲେ। ଅଧ୍ୟକ୍ଷ ଦାସ ଛାତ୍ରୀଛାତ୍ରଙ୍କୁ ଆଶ୍ୱାସନା ଦେଇ କହିଲେ ଫାଇନାଲ ପରୀକ୍ଷାରେ ସବୁ ଠିକ୍‌ ହୋଇଯିବ। ମାତ୍ର ଯୁକ୍ତ ୩ ପରୀକ୍ଷାର ଫାଇନାଲ ରେଜଲ୍ଟରେ ଧରିତ୍ରୀ ମୋଟ ୨୬୦୦ ରୁ ୧୭୦୦, ପ୍ରଜ୍ଞାପରମିତା ୨୬୦୦ରୁ ୧୫୭୧ ନଂ ଓ ଅନ୍ୟମାନେ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିଲେ ମଧ୍ୟ ବିଶ୍ୱବିଦ୍ୟାଳୟ ତରଫରୁ ତାଙ୍କୁ ଫେଲ ଦର୍ଶାଯାଇଛି। ଏ ବିଷୟରେ ଛାତ୍ରୀଛାତ୍ର କଲେଜ ଅଧ୍ୟକ୍ଷଙ୍କୁ ଦେଖା କରିବା ସହ ଲିଖିତ ଆକାରରେ ଜଣାଇଥିଲେ। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରିବାରୁ କଲେଜ କର୍ତ୍ତୃପକ୍ଷ ଇଣ୍ଟରନାଲ ପରୀକ୍ଷା ନଂ. ପଠାଇ ନ ଥିବା ସେ କହିଥିଲେ। କଲେଜ ଅଧ୍ୟକ୍ଷଙ୍କୁ ବାରମ୍ବାର ଜଣାଇଲେ ମଧ୍ୟ ସେ ଏହି ଘଟଣାକୁ ଏତେ ଗୁରୁତ୍ୱ ଦେଇ ନ ଥିଲେ। ଏ ସମ୍ପର୍କରେ କଲେଜ ଅଧ୍ୟକ୍ଷ ପ୍ରଦୀପ କୁମାର ଦାସଙ୍କୁ ଯୋଗାଯୋଗ କରିବାରୁ, ୧୧ ଜଣ ପିଲାଙ୍କର ଏପରି ହୋଇଛି। କେତେଜଣ ପିଲାଙ୍କର ୩ୟ ବର୍ଷ ଇଣ୍ଟରନାଲ ପରୀକ୍ଷାରେ ମଧ୍ୟ ତ୍ରୁଟି ଦେଖାଯାଇଛି। ଖୁବ୍‌ଶୀଘ୍ର ଏହାକୁ ସଂଶୋଧନ କରାଯିବ। ୩ ବର୍ଷ ବିତିଯାଇଥିଲେ ମଧ୍ୟ ୧ମ ବର୍ଷ ପରୀକ୍ଷା ଫଳ କାହିଁକି ସଂଶୋଧନ କରାଗଲା ନାହିଁ ବୋଲି ପଚାରିବାରୁ, ସନ୍ତୋଷଜନକ ଉତ୍ତର ଦେଇପାରିଲେନାହିଁ। ଛାତ୍ରୀଛାତ୍ର ଶନିବାର ଅଧ୍ୟକ୍ଷକଙ୍କୁ ଏ ବିଷୟରେ ପଚାରିବାରୁ, ଆସନ୍ତା ମଙ୍ଗଳବାର ସୁଦ୍ଧା ସମସ୍ୟାର ସମାଧାନ ହୋଇଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ମାତ୍ର କେତେକ କଲେଜରେ ପିଜି ଫର୍ମ ଆବେଦନ ଶେଷ ହୋଇଯାଇଥିବାରୁ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ତୁରନ୍ତ ଏହାର ସମାଧାନ ନ ହେଲେ ଅଭିଭାବକ କଲେଜ ସମ୍ମୁଖରେ ଧାରଣା ଦେବେ ବୋଲି କହିଛନ୍ତି। (ଫଟୋ)


Enter your email to get our daily news in your inbox.

All Right Reserved By Dharitri.Com

୩୧୮ ସ୍ଥାନରେ ‘ଅଟଳ ବସ୍‌ଷ୍ଟାଣ୍ଡ’:୬ ଜିଲାରେ…

ଭୁବନେଶ୍ୱର,୧୧।୪(ରବିନାରାୟଣ ଜେନା): ରାଜ୍ୟର ୩୧୮ ବସ୍‌ଷ୍ଟାଣ୍ଡିକୁ ‘ଅଟଳ ବସ୍‌ଷ୍ଟାଣ୍ଡ’ରେ ପରିଣତ କରାଯିବ। ଏହାଦ୍ୱାରା ସମନ୍ବିତ ସାର୍ବଜନୀନ ସେବା ଲୋକଙ୍କୁ ମିଳିପାରିବ। ଏହି ଲକ୍ଷ୍ୟ ନେଇ ଶୁକ୍ରବାର ମୁଖ୍ୟମନ୍ତ୍ରୀ…

ପୂର୍ବତନ ବିଧାୟକଙ୍କ ଘରବାହୁଡା: ଆଜି କଂଗ୍ରେସରେ ସାମିଲ ହେବେ ସାଧୁ ନେପାକ

ବରଗଡ଼,୧୧।୪( ପ୍ରେମାନନ୍ଦ ଖମାରୀ) : ବରଗଡ଼ର ପୂର୍ବତନ ବିଧାୟକ ସାଧୁ ନେପାକ ଶନିବାର କଂଗ୍ରେସକୁ ଫେରୁଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ପୂର୍ବାହ୍ନ ୧୧ଟାରେ ସେ ଭୁବନେଶ୍ବରସ୍ଥିତ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…

ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…

କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି: ୧୧ ପ୍ରସ୍ତାବରେ ବାଜିଲା ମୋହର, ଜାଣନ୍ତୁ କ’ଣ…

ଭୁବନେଶ୍ୱର,୧୦।୪: କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି। ୧୧ ପ୍ରସ୍ତାବରେ ବାଜିଲା କ୍ୟାବିନେଟ୍‌ ମୋହର। ଏନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି। ବୈଠକରେ ୫ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri