ହାଟଡିହୀ ବ୍ଲକ ବିଡିଓ ସୁଶାନ୍ତ ବାରିକଙ୍କ ବଦଳି

ହାଟଡିହୀ,୧୨।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ହାଟଡିହୀ ବିଡିଓ ସୁଶାନ୍ତ କୁମାର ବାରିକଙ୍କ ଅନ୍ୟତ୍ର ବଦଳି ହୋଇଛି। ସୋମବାର ପଞ୍ଚାୟତିରାଜ ବିଭାଗ ତରଫରୁ ଚିଠି ନଂ.୨୦୫୮୪ ଅନୁଯାୟୀ ପ୍ରକାଶିତ ଓଏଏସ୍‌ ବଦଳି ତାଲିକାରୁ ଏହା ଜଣାପଡିଛି । ବିଡିଓ ସୁଶାନ୍ତ କୁମାର ବାରିକ ସୋର ବ୍ଲକକୁ ବଦଳି ହେଉଥିଲା ବେଳେ ତୁମୁଡିବନ୍ଧ ବିଡିଓ ଜୟଦେବ ଦାସ ହାଟଡିହୀ ବ୍ଲକକୁ ବଦଳି ହୋଇଥିବା ଜଣାପଡ଼ିଛି।