ହାଟଡିହୀ ଫେରିଲେ ୧୦୩୯ ପ୍ରବାସୀ

ହାଟଡିହୀ,୨୦।୫(ଡି.ଏନ.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଧୀନରେ ୩୧ଟି ପଞ୍ଚାୟତ ଅଛି। ବାହାର ରାଜ୍ୟରେ ରହି କାର୍ଯ୍ୟ କରୁଥିବା ପ୍ରବାସୀ ଓଡ଼ିଆ ଫେରୁଛନ୍ତି। ଚଳିତ ମାସ ଗତ ୧୮ ତାରିଖ ସୁଦ୍ଧା ୧୦୩୯ ଜଣ ପ୍ରବାସୀ ଓଡ଼ିଆ ଫେରିଥିବା ସୂଚନା ମିଳିଛି। ସେମାନଙ୍କୁ ପଞ୍ଚାୟତ କ୍ୱାରାଣ୍ଟାଇନରେ ରଖାଯାଇଛି। ଏହି ବ୍ଲକର ଇଞ୍ଚଳ, ଢେଙ୍କା, ଧନୁର୍ଜୟପୁର, ପଞ୍ଚୁଗୋଛିଆ ପଞ୍ଚାୟତରେ ମୋଟ ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଛନ୍ତି।