ହାଟଡିହୀରେ ପୁଣି ୨ କରୋନା ପଜିଟିଭ୍‌: ଆକ୍ରାନ୍ତଙ୍କ ସଂଖ୍ୟା ୫ ଛୁଇଁଲା

ହାଟଡିହୀ,୧୭ା୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକରେ ରବିବାର ପୁଣି ୨ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି। ଜଣେ ଆନ୍ଧ୍ରପ୍ରଦେଶ ଓ ଆଉ ଜଣେ ସୁରଟ ଫେରନ୍ତା ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆକ୍ରାନ୍ତ ଦୁଇଜଣ ଢେଙ୍କା ପଞ୍ଚାୟତର ଅଟନ୍ତି। ଉଭୟ ପଞ୍ଚାୟତ କାରାଣ୍ଟାଇନ୍‌ରେ ଥିଲେ। ପ୍ରଶାସନ ପକ୍ଷରୁ ଇଞ୍ଚଳ ପଞ୍ଚାୟତରେ ବିଭିନ୍ନ ରାସ୍ତାକୁ ସିଲ୍‌ କରାଯାଇଛି। ଉଭୟଙ୍କୁ ଚିକିତ୍ସା ଲାଗି ଆମ୍ବୁଲାନ୍ସ ଯୋଗେ ନିଆଯାଇଛି। ଏହା ପୂର୍ବରୁ ମଧ୍ୟ ଢେଙ୍କା ଓ ଧନୁର୍ଜୟପୁର ପଞ୍ଚାୟତର ଦୁଇ ଜଣ ଚି଼ହ୍ନଟ ହୋଇଥିଲେ। ଏମାନେ ସୁରଟ ଫେରନ୍ତା ଥିଲେ। ପଞ୍ଚୁଗୋଛିଆ ପଞ୍ଚାୟତ ହୀରାପୁର ଗ୍ରାମରୁ ମଧ୍ୟ ଜଣେ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଥିଲେ। ସେ କୋଲକାତା ଫେରନ୍ତା ଥିଲେ। ଦିନକୁ ଦିନ ହାଟଡିହୀ ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଛନ୍ତି।