ହାଉସ୍‌ବୋଟ୍‌ରେ ହେବ ଆଇସୋଲେଶନ୍‌ ଓ୍ବାର୍ଡ !

ଆଲପ୍ପୁଝା,୧୫।୪: କରୋନା ସଂକ୍ରମଣକୁ ଦୂରେଇବା ପାଇଁ କେରଳରେ ବହୁବିଧ ସଚେତନତା ଏବଂ ସ୍ବାସ୍ଥ୍ୟ ସେବା ଉପରେ ଗୁରୁତ୍ୱ ଦିଆଯାଉଛି। କେରଳରେ ସଫଳତାର ସହିତ କରୋନା ମୁକାବିଲା ଜାରି ରହିଛି। ଫଳରେ ଏଠାରେ ନୂଆ ସଂକ୍ରମିତ ସଂଖ୍ୟାରେ ବୃଦ୍ଧି ଘଟୁ ନାହିଁ। ଆଲପ୍ପୁଝା ଜିଲାରେ କରୋନା ମୁକାବିଲା ବେଶ୍‌ ଉଲ୍ଲେଖନୀୟ ସାବସ୍ତ୍ୟ ହୋଇଛି। ସ୍ଥାନୀୟ ଜିଲାପାଳ ଏମ୍‌. ଅଞ୍ଜନା କହିଛନ୍ତି ଯେ, ଆବଶ୍ୟକ ପଡ଼ିଲେ ହାଉସ୍‌ବୋଟ୍‌ରେ ଆଇସୋଲେଶନ୍‌ ଓ୍ବାର୍ଡ କରାଯିବ। ସୂଚନାଯୋଗ୍ୟ, କେରଳର ପର୍ଯ୍ୟଟନ ଶିଳ୍ପରେ ହାଉସ୍‌ବୋଟ୍‌ ସ୍ବତନ୍ତ୍ର ସ୍ଥାନ ରହିଛି। ପ୍ରତିବର୍ଷ ବହୁ ପର୍ଯ୍ୟଟକ ହାଉସ୍‌ବୋଟ୍‌ରେ ରହିବାକୁ ଆସିଥାନ୍ତି।

Share