‘ହାଉସଫୁଲ୍‌-୪’ର ପ୍ରଥମ ପୋଷ୍ଟର ରିଲିଜ

ମୁମ୍ବାଇ: ସବୁ ଚଳଚ୍ଚିତ୍ରରେ ଦର୍ଶକଙ୍କୁ ମନୋରଞ୍ଜନର ଶତ ପ୍ରତିଶତ ଗ୍ୟାରେଣ୍ଟି ଦେଇଥାନ୍ତି ବଲିଉଡ୍‌ ସୁପରଷ୍ଟାର ଅକ୍ଷୟ କୁମାର। ସ୍ପଳ୍ପ ବଜେଟ୍‌ରେ ନିର୍ମାଣ ହୋଇଥିବା ଫିଲ୍ମଗୁଡ଼ିକ ମଧ୍ୟ ସୁପରହିଟ୍‌ ହୋଇଥାଏ। ଅନେକ ସମୟରେ ବାସ୍ତବଧର୍ମୀ ତ କେବେ କମେଡି ଫିଲ୍ମ କରି ବାହାବାଃ ସାଉଟୁଥିବା ଅକ୍ଷୟଙ୍କ ଆଗାମୀ ଫିଲ୍ମ ‘ହାଉସ୍‌ଫୁଲ-୪’ର ପୋଷ୍ଟର ରିଲିଜ ହୋଇଛି। ପୁର୍ନଜନ୍ମ ଉପରେ ଆଧାରିତ ଏହି ଫିଲ୍ମଟି ଦୀପାବଳୀରେ ପରଦାକୁ ଆସିବ।

ନିଜର ଟୁଇଟର ପୃଷ୍ଠାରେ ଅକ୍ଷୟ ଏ ନେଇ ସୂଚନା ଦେଇଛନ୍ତି। ପୋଷ୍ଟରକୁ ଶେୟାର କରି ଅକ୍ଷୟ ଲେଖିଛନ୍ତି, ୧୪୧୯ର ରାଜକୁମାର ବାଲା ଏବଂ ୨୦୧୯ର ଲଣ୍ଡନ ଫେରନ୍ତା ହୈରୀଙ୍କୁ ଭେଟନ୍ତୁ। ପାଗଳପଣ ଏବଂ କନ୍‌ଫ୍ୟୁଜନ୍‌ର ଧମାକା। ସେପ୍ଟେମ୍ବର ୨୭ରେ ଏହାର ଟ୍ରେଲର ରିଲିଜ ହେବ।

ତେବେ ଗତ କିଛି ଦିନ ତଳେ ଅକ୍ଷୟଙ୍କ ପ୍ରଶଂସକମାନେ ଟୁଇଟରରେ #wewanthousefull୪poster ଲେଖି ମଜାଦାର ମେମ୍‌ ଶେୟାର କରୁଥିଲେ। ଏହାକୁ ଦୃଷ୍ଟିରେ ରଖି ବୁଧବାର ପୋଷ୍ଟରକୁ ରିଲିଜ କରାଯାଇଛି। ଏଥିରୁ ଅକ୍ଷୟଙ୍କୁ ଫିଲ୍ମରେ ଦୁଇଟି ଭୂମିକାରେ ଦେଖିବାକୁ ମିଳିବା ସ୍ପଷ୍ଟ ହୋଇଛି।

Share