ହାଉଡି ମୋଦି ପରେ ବାଣିଜ୍ୟ ଚୁକ୍ତି କରିପାରନ୍ତି ଟ୍ରମ୍ପ-ମୋଦି

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୨-୯: ଆମେରିକାର ହ୍ୟୁଷ୍ଟନରେ ‘ହାଉଡି ମୋଦି’ କାର୍ଯ୍ୟକ୍ରମ ପରେ ଜାତିସଂଘ ସାଧାରଣ ପରିଷଦ ବୈଠକ ବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଏକ ସୀମିତ ବାଣିଜ୍ୟ ଚୁକ୍ତି ହୋଇପାରେ। ଦୁଇ ଦେଶ ମଧ୍ୟରେ ଏନେଇ ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି ବୋଲି ଜଣେ ଅଧିକାରୀ ପ୍ରକାଶ କରିଛନ୍ତି।
ଆମେରିକା ନିର୍ବାଚନ ପୂର୍ବରୁ ଚାଇନା ସହ ବାଣିଜ୍ୟ ଚୁକ୍ତି ପାଇଁ ଟ୍ରମ୍ପ ଆଗ୍ରହ ପ୍ରକାଶ କରିଥିଲେ। ଏଥିନେଇ ଦୁଇ ଦେଶ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଥିଲା। ଇତିମଧ୍ୟରେ ଦୁଇ ଦେଶ ମଧ୍ୟରେ ଦୀର୍ଘ ଦିନ ହେବ ବାଣିଜ୍ୟ ଯୁଦ୍ଧ ଆରମ୍ଭ ହୋଇଯାଇଛି। ପ୍ରାପ୍ତ ସୂଚନାନୁଯାୟୀ, ଆସନ୍ତା ସପ୍ତାହରେ ଜାପାନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କ ସହ ଟ୍ରମ୍ପ ଏଭଳି ଏକ ବାଣିଜ୍ୟ ଚୁକ୍ତି କରିବାକୁ ଯାଉଛନ୍ତି। ଫଳରେ ଜାପାନୀ ଉତ୍ପାଦ ଉପରେ ଆମେରିକା ଶୁଳ୍କ ହ୍ରାସ କରିବ। ଅଧିକାରୀଙ୍କ କହିବାନୁଯାୟୀ, ଭାରତ ସହିତ ସୀମିତ ବାଣିଜ୍ୟ ଚୁକ୍ତି ହେବା ପରେ ଆମେରିକାର କେତେକ ଉତ୍ପାଦ ଉପରେ ଭାରତ ଶୁଳ୍କ ହ୍ରାସ କରିବ। ସେହିପରି କେତେକ ଭାରତୀୟ ଉତ୍ପାଦ ଉପରେ ଆମେରିକା ଜେନେରାଲାଇଜ୍‌ଡ ସିଷ୍ଟମ ଅଫ୍‌ ପ୍ରିଫରେନ୍ସେସ୍‌(ଜିଏସ୍‌ପି)କୁ ପୁନର୍ବାର ଲାଗୁ କରିବ। ସୂଚନାଥାଉ କି, ହାର୍ଲେ ଡାଭିଡସନ ବାଇକ୍‌ ଉପରେ ଭାରତ ଅଧିକ ଟାରିଫ୍‌ ଆଦାୟ କରୁଛି ବୋଲି ଟ୍ରମ୍ପ ଅଭିଯୋଗ କରି ଏହାକୁ ୫୦%କୁ ହ୍ରାସ କରିବା ଲାଗି ସେ ଦାବି କରୁଛନ୍ତି। ସେହିଭଳି ଭାରତ ପକ୍ଷରୁ ଜାରି କରାଯାଇଥିବା ନୂଆ ଇ-କମର୍ସ ନିୟମକୁ ନେଇ ମଧ୍ୟ ଭାରତ ସହ ଆମେରିକାର ମତବିରୋଧ ରହିଛି। ଆମାଜନ, ଓ୍ବାଲମାର୍ଟ ଭଳି କମ୍ପାନୀଙ୍କ ସ୍ବାର୍ଥକୁ ଭାରତୀୟ ଇ-କମର୍ସ ନିୟମ ବିରୋଧାଚରଣ କରୁଛି ବୋଲି ଟ୍ରମ୍ପ ଅଭିଯୋଗ କରିଛନ୍ତି। ସୂଚନାଥାଉ କି, ନିକଟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର କହିଥିଲେ ଯେ, ବାଣିଜ୍ୟ ବିବାଦର ସମାଧାନ ନେଇ ଆମେିରକା ସହ ଆଲୋଚନା ଚାଲିଛି। କେତେକ ବିବାଦ ଏପରି ରହିଛି ଯାହାର ସମାଧାନ ନିକଟରେ ହୋଇପାରିବ ବୋଲି ତାଙ୍କର ଆଶା ଥିବା ଜୟଶଙ୍କର କହିଛନ୍ତି। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ରାଷ୍ଟ୍ରପତି ଟ୍ରମ୍ପ ଭାରତ ଠାରୁ ଆମେରିକାର ଶୀର୍ଷ କମ୍ପାନୀଙ୍କ ଲାଗି ଏକ ଉନ୍ନତ ବାଣିଜ୍ୟ ସର୍ତ୍ତ ଚାହୁଁଛନ୍ତି। ଭାରତ ସହ ପୂର୍ବର ଚୁକ୍ତି ଯୋଗୁ ଆମେରିକାର ବିିନିର୍ମାଣ କ୍ଷେତ୍ରରେ ଲକ୍ଷ ଲକ୍ଷ ନିଯୁକ୍ତି ଚାଲିଯାଇଛି ବୋଲି ସେ ଅଭିଯୋଗ କରିଥିଲେ। ସୂଚନାଥାଉ କି, ଗତବର୍ଷ ଆମେରିକା ସହିତ ଭାରତର ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ମାତ୍ର ୧୪୨ ବିଲିୟନ ଡଲାର ଥିଲା, ଯାହା କି ଏହାର ଚାଇନା ସହ ୭୩୭ ବିଲିୟନ ଡଲାରର ଏକ ଛୋଟ ଅଂଶବିଶେଷ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri