Categories: ଜାତୀୟ

ହାଇଦ୍ରାବାଦ ଏନ୍‌କାଉଣ୍ଟରରେ ସାମିଲ ହୋଇଥିବା ପୋଲିସଙ୍କୁ ମିଳିବ ଏକ ଲକ୍ଷ ଟଙ୍କା ପୁରସ୍କାର

ହିସାର,୬।୧୨: ହାଇଦ୍ରାବାଦ ବଳାତ୍କାର ଓ ହତ୍ୟା ମାମଲାରେ ସଂପୃକ୍ତ ଥିବା ୪ ଅଭିଯୁକ୍ତଙ୍କୁ ଶୁକ୍ରବାର ଏନ୍‌କାଉଣ୍ଟର କରାଯାଇଛି। ଏହି ଏନ୍‌କାଉଣ୍ଟରରେ ସାମିଲ ଥିବା ସସସ୍ତ ପୋଲିସ କର୍ମଚାରୀଙ୍କୁ ଏକ ଫାଉଣ୍ଡେଶନ୍‌ ଏକ ଲକ୍ଷ ଟଙ୍କା ଦେବ ବୋଲି ଘୋଷଣା କରିଛନ୍ତି। ରାହ ଫାଉଣ୍ଡେଶନର ଅଧ୍ୟକ୍ଷ ନରେଶ ସେଲ୍‌ପର ହାଇଦ୍ରାବାଦ ପୋଲିସଙ୍କ ଏଭଳି କାର୍ଯ୍ୟକୁ ପ୍ରଶଂସା କରିବା ସହ ଏନ୍‌କାଉଣ୍ଟରରେ ସାମିଲ ଥିବା ପ୍ରତି ପୋଲିସଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଦେବାକୁ ଘୋଷଣା କରିଛନ୍ତି।

Share