Categories: ଜାତୀୟ

ହାଇଦ୍ରାବାଦ୍‌ ଗଣବଳାତ୍କାର ମାମଲା: ଜଣେ ଅଭିଯୁକ୍ତଙ୍କ ସ୍ତ୍ରୀ ଏବେ ୭ ମାସର ଗର୍ଭବତୀ, ୮ ମାସ ପୂର୍ବରୁ କରିଥିଲେ ବିବାହ

ହାଇଦ୍ରାବାଦ,୪।୧୨: ହାଇଦ୍ରାବାଦରେ ଡାକ୍ତରାଣୀଙ୍କୁ ଗଣବଳାତ୍କାର ଓ ହତ୍ୟା ଘଟଣାର ବହ୍ନି ଏବେ ସାରା ଦେଶରେ ଦେଖିବାକୁ ମିଳିଛି। ଗିରଫ ୪ ଅଭିଯୁକ୍ତଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ଓ ନ୍ୟାୟ ଦାବିରେ ଦିଲ୍ଲୀଠାରୁ ପଲ୍ଲୀ ଯାଏ ବିକ୍ଷୋଭ ଦେଖିବାକୁ ମିଳିଛି। ଏହି ୪ ଅଭିଯୁକ୍ତଙ୍କ ମଧ୍ୟରୁ ଚିନ୍ତାକୁନ୍ତା ଚେନ୍ନାମେଶାବୁଲୁ ଅନ୍ୟତମ। ସେ ହାଇଦ୍ରାବାଦର ଚେରେଲ୍ଲା ପଲ୍ଲୀରେ ଜେଲରେ ଅଛନ୍ତି। ତାଙ୍କ ଘର ହାଇଦ୍ରାବାଦଠାରୁ ୧୬୦ କିମି ଦୂରରେ ଥିବା ଏକ ଗ୍ରାମରେ। ୮ ମାସ ପୂର୍ବରୁ ଚିନ୍ତାକୁନ୍ତା ପ୍ରେମ ବିବାହ କରିଥିଲେ। ତାଙ୍କ ସ୍ତ୍ରୀ ଏବେ ୭ ମାସର ଗର୍ଭବତୀ। ସ୍ବାମୀ ଏଭଳି ଅମାନବିକ କାର୍ଯ୍ୟରେ ସେ ସମ୍ପୂର୍ଣ୍ଣ ଭାଙ୍ଗିପଡିଛନ୍ତି। ଜଣେ ମହିଳା ଭାବେ ଏହି ମୋତେ ବହୁତ ଆଘାତ ଦେଇଛି। ଜାଣିନି ଆଗକୁ କ’ଣ ହେବ। ଚିନ୍ତାକୁନ୍ତାଙ୍କୁ ବିବାହ କରିବାକୁ ମୋ ପରିବାର ଲୋକେ ପ୍ରଥମେ ରାଜି ନ ଥିଲେ। ପରେ ସେମାନେ ରାଜି ହୋଇଥିଲେ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ନଭେମ୍ବର ୨୭ରେ ହାଇଦ୍ରାବାଦର ଭେଟେରିନାରୀ ମହିଳା ଡାକ୍ତରଙ୍କୁ ସାହାଯ୍ୟ କରିବା ବାହାନାରେ ୪ ଜଣ ଯୁବକ ଅତ୍ୟନ୍ତ ଭୟଙ୍କର ଢଙ୍ଗରେ ଗଣବଳାତ୍କାର ପରେ ପୋଡି ମାରି ଦେଇଥିଲେ। ପୋଲିସ ଘଟଣାର ୪୮ ଘଣ୍ଟା ମଧ୍ୟରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି।

Share