Categories: ଜାତୀୟ

ହାଇଦ୍ରାବାଦ୍‌ ଏନ୍‌କାଉଣ୍ଟର: ଦ୍ୱିତୀୟ ଥର ମୃତଦେହ ବ୍ୟବଚ୍ଛେଦ କରିବେ ଏମ୍ସ ଡାକ୍ତରୀ ଦଳ

ହାଇଦ୍ରାବାଦ୍‌, ୨୨।୧୨: ହାଇଦ୍ରାବାଦ୍‌ ଏନ୍‌କାଉଣ୍ଟରରେ ମୃତ୍ୟୁ ଘଟିଥିବା ୪ ଅଭିଯୁକ୍ତଙ୍କ ମୃତଦେହ ପୁଣି ଥରେ ବ୍ୟବଚ୍ଛେଦ କରାଯିବ। ଏନେଇ ଏମ୍ସର ୩ ଜଣିଆ ଡାକ୍ତରୀ ଦଳ ରବିବାର ସନ୍ଧ୍ୟାରେ ହାଇଦ୍ରାବାଦ୍‌ ଯିବେ। ଦଳରେ ଫୋରେନ୍ସିକ୍‌ ଏଚ୍‌ଓଡ଼ି ପ୍ରଫେସର ଡାକ୍ତର ସୁଧୀର ଗୁପ୍ତା, ପ୍ରଫେସର ଡାକ୍ତର ଆଦର୍ଶ କୁମାର ଏବଂ ଆସୋସିଏଟ୍‌ ପ୍ରଫେସର ଡାକ୍ତର ଅଭିଷେକ ଯାଦବଙ୍କୁ ସାମିଲ୍‌ କରାଯାଇଛି। ସେମାନେ ତେଲଙ୍ଗାନାର ଗାନ୍ଧୀ ହସ୍ପିଟାଲରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମୃତଦେହ ବ୍ୟବଚ୍ଛେଦ କରିବେ।

Share