Categories: ରାଜ୍ୟ

ହାଇଦ୍ରାବାଦରୁ ପ୍ରବାସୀ ଓଡିଆଙ୍କୁ ନେଇ ଆସୁଥିବା ବସ ଦୁର୍ଘଟଣା : ୨ୟ ଡ୍ରାଇଭର ମୃତ

ଖୋର୍ଦ୍ଧା ଅଫିସ,୫।୫ : ଖୋର୍ଦ୍ଧା ଟାଙ୍ଗି ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥ କୁହୁଡ଼ି ଛକରେ ହାଇଦ୍ରାବାଦ ରୁ ପ୍ରବାସୀ ଓଡିଆଙ୍କୁ ଧରି ଫେରୁଥିବା ବସ ମଙ୍ଗଳବାର ସକାଳେ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏଥିରେ ୨ୟ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ପୂର୍ବରୁ ୧ମ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବାବେଳେ ୨ଜଣ ଆହତ ହୋଇଥିଲେ । ଆହତମାନେ ଟାଙ୍ଗୀ ହସପିଟାଲ ଚିକିତ୍ସାଧିନ ଅଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଅନ୍ୟ ଏକ ବସ ଯୋଗେ ପ୍ରବାସୀ ଓଡ଼ିଆଙ୍କୁ ପଠାଯିବା ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।