ହାଇଦ୍ରାବାଦରୁ ଚାଲି ଚାଲି ଫେରିଲେ ୨ ଶ୍ରମିକ

ଦିଗପହଣ୍ଡି/ପାଟପୁର,୪ା୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ଦୁଇ ଜଣ ଶ୍ରମିକ ଚାଲିଚାଲି ହାଇଦ୍ରାବାଦରୁ ଆସି ସୋମବାର ଗଞ୍ଜାମରେ ପହଞ୍ଚତ୍ଛନ୍ତି। ଏମାନେ ହେଲେ ଏସ୍‌.ଗୋପାଳପୁର ଗଁାର। ହାଇଦ୍ରାବାଦରେ କାମ କରୁଥିବାବେଳେ ଲକ୍‌ଡାଉନ ଯୋଗୁ ଫସି ରହିଥିଲେ। ପାଣିବୋତଲ ଓ ବିସ୍କୁଟ ଆଦି ଶୁଖିଲା ଖାଦ୍ୟ ଧରି ୬ଦିନ ତଳେ ଏମାନେ ଘର ଅଭିମୁଖେ ବାହାରିଥିଲେ। ଚାଲି ଚାଲି ଆସୁଥିଲେ ମଧ୍ୟ କୌଣସି ସ୍ଥାନରେ ପୋଲିସ ସେମାନଙ୍କୁ ଅଟକାଇ ନ ଥିବା କହିଛନ୍ତି। ଗଁାରେ ପହଞ୍ଚତ୍ଲେ ଯଦି କ୍ବାରାଣ୍ଟାଇନରେ ରଖାଯିବ ତେବେ ରହିବୁ ବୋଲି ସେମାନେ କହିଥିଲେ। ସାନଖେମୁଣ୍ଡି ବିଡ଼ିଓ ଗାୟତ୍ରିଦତ୍ତ ନାୟକଙ୍କୁ ଏନେଇ ପଚାରିବାରୁ ତାଙ୍କ ନିକଟରେ ଏଭଳି କୌଣସି ଖବର ନଥିବା କହିଛନ୍ତି।