Categories: ଜାତୀୟ

ହାଇଦାବ୍ରାଦ୍‌ ଗଣବଳାତ୍କାର ଅଭିଯୁକ୍ତଙ୍କୁ ଏନକାଉଣ୍ଟର: ପିତା କହିଲେ, ମୋ ଝିଅକୁ ଏବେ ମିଳିବ ଶାନ୍ତି

ହାଇଦ୍ରାବାଦ,୬।୧୨: ସାରା ଦେଶକୁ ଦୋହଲାଇ ଦେଇଥିବା ହାଇଦରାବାଦ ଡାକ୍ତରାଣୀ ଗଣବଳାତ୍କାର ଏବଂ ହତ୍ୟା ମାମଲାର ୪ ଅଭିଯୁକ୍ତଙ୍କର ପୋଲିସ ଏନକାଉଣ୍ଟରରେ ମୃତ୍ୟୁ ଘଟିଛି। ଏହାକୁ ନେଇ ହାଇଦ୍ରାବାଦ୍‌ ପୋଲିସକୁ ପ୍ରଶଂସା କରିଛନ୍ତି ମୃତ ଡାକ୍ତରାଣୀଙ୍କ ବାପା। ସେ କହିଛନ୍ତି, ଏହାଦ୍ୱାରା ମୋ ଝିଅକୁ ଶାନ୍ତି ମିଳିବ। ମୃତକଙ୍କ ମା’ ଏବଂ ଭଉଣୀ ମଧ୍ୟ କୋହଭରା କଣ୍ଠରେ କହିଛନ୍ତି, ଏବେ ଶୀଘ୍ର ଦୋଷୀକୁ ଦଣ୍ଡ ମିଳିଥିବାରୁ ଆମେ ଖୁସି। ମୋ ଝିଅ ମଧ୍ୟରେ ଏହା ଦେଖି ନିଶ୍ଚୟ ଖୁସି ହେଉଥିବା ବୋଲି ସେମାନେ କହିଛନ୍ତି। ସୂଚନାଯୋଗ୍ୟ, କିଛିଦିନ ତଳେ ଶାମସାବାଦଠାରେ ମହିଳା ଡାକ୍ତରଙ୍କୁ ୪ ଜଣ ଆରିଫ, ଜୋଲ୍ଲୁ ଶିବା, ଜୋଲ୍ଲୁ ନବୀନ ଏବଂ ଚିନ୍ତାକୁନ୍ତା ଚେନ୍ନାକେଶବୁଲୁ ନାମ ଯୁବକ ସାହାଯ୍ୟ କରିବା ନାଁରେ ଗଣବଳାତ୍କାର କରିବା ପରେ ପୋଡି ମାରି ଦେଇଥିଲେ।

Share