ହାଇଟେକ୍‌ର ୬୩ କୋଟି ୫୫ ଲକ୍ଷ ବଣ୍ଟାଯିବ: ଫେରିପାଇବେ ୨୨ ହଜାର ଜମାକାରୀ

କଟକ ଅଫିସ,୧୭ା୭: ହାଇଟେକ୍‌ ଗ୍ରୁପର ୬୩ କୋଟି ୫୫ ଲକ୍ଷ ୪୯ହଜାର ୨୨୭ ଟଙ୍କା ଜମାକାରୀଙ୍କୁ ଫେରସ୍ତ ଦିଆଯିବ। ଏହି ଟଙ୍କାକୁ ୨୨ ହଜାର ୭୦୦ ଜମାକାରୀ ଫେରି ପାଇବେ। ସ୍ବତନ୍ତ୍ର କୋର୍ଟ ପକ୍ଷରୁ ସୋମବାର ଏ ସମ୍ପର୍କିତ ଆଦେଶ ସରକାରଙ୍କୁ ଜାରି କରାଯାଇଛି। ସୂଚନାଥାଉକି, ଲୋକଙ୍କୁ ଜମି ଯୋଗାଇ ଦେବା ନିମନ୍ତେ ହାଇଟେକ୍‌ ଗ୍ରୁପ ଏହି ଟଙ୍କା ଆଦାୟ କରିଥିଲା। ମାତ୍ର ପରବର୍ତ୍ତୀ ଅବସ୍ଥାରେ ଉକ୍ତ ସଂସ୍ଥା ଲୋକଙ୍କୁ ଠକିଥିଲା। ଏହି ମାମଲାରେ ଗ୍ରୁପର ମୁଖ୍ୟ ତିରୁପତି ପାଣିଗ୍ରାହୀ ଗିରଫ ହୋଇଥିଲେ। ଗିରଫ ପରେ ଜାମିନ ପାଇବାକୁ ପାଣିଗ୍ରାହୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ପାଣିଗ୍ରାହୀଙ୍କୁ ଜାମିନ ଦେବା ସମୟରେ ସୁପ୍ରିମକୋର୍ଟ କେତେକ ସର୍ତ୍ତାବଳୀ ଲାଗୁ କରିଥିଲେ। ସର୍ତ୍ତାବଳୀ ଅନୁଯାୟୀ, ହାଇଟେକ୍‌ ଗ୍ରୁପ ଜମି ଦେବା ଲାଗି ଲୋକମାନଙ୍କଠାରୁ ଯେତିକି ଟଙ୍କା ଆଦାୟ କରିଥିଲେ ସମସ୍ତ ଟଙ୍କାକୁ ଅଦାଲତଙ୍କ ନିକଟରେ ଜମା କରିବେ। ପରେ ହାଇଟେକ୍‌ ଗ୍ରୁପ ପକ୍ଷରୁ ଉପରୋକ୍ତ ପରିମାଣର ଟଙ୍କା ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିଲା। ୨୦୧୬ ଅଗଷ୍ଟ ୫ ରେ ସୁପ୍ରିମକୋର୍ଟ ଉକ୍ତ ଟଙ୍କାକୁ ସ୍ବତନ୍ତ୍ର କୋର୍ଟକୁ ପଠାଇ ଦେଇଥିଲେ। ତେବେ ରାଜ୍ୟ ସରକାରଙ୍କ ଆବେଦନକ୍ରମେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଉକ୍ତ ଟଙ୍କାକୁ ଜମାକାରୀଙ୍କୁ ଫେରସ୍ତ ଦେବା ନିମନ୍ତେ ୨୦୧୭ ଜୁଲାଇ ୨୫ରେ ଆଦେଶ ଦେଇଥିଲେ। ସରକାରଙ୍କ ଦ୍ୱାରା ନିଯୁକ୍ତ କଟକ ଅତିରିକ୍ତ ଜିଲାପାଳ ତଥା ସ୍ବତନ୍ତ୍ର ପ୍ରାଧିକୃତ ଅଧିକାରୀ ଏହି ଅର୍ଥକୁ ବାଜ୍ୟାପ୍ତ କରିବାକୁ ସ୍ବତନ୍ତ୍ର କୋର୍ଟରେ ମାମଲା ରୁଜୁ କରିଥିଲେ। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ସୁବ୍ରତ କୁମାର ମହାନ୍ତି ମାମଲା ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟକଙ୍କ ଘରବାହୁଡା: ଆଜି କଂଗ୍ରେସରେ ସାମିଲ ହେବେ ସାଧୁ ନେପାକ

ବରଗଡ଼,୧୧।୪( ପ୍ରେମାନନ୍ଦ ଖମାରୀ) : ବରଗଡ଼ର ପୂର୍ବତନ ବିଧାୟକ ସାଧୁ ନେପାକ ଶନିବାର କଂଗ୍ରେସକୁ ଫେରୁଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ପୂର୍ବାହ୍ନ ୧୧ଟାରେ ସେ ଭୁବନେଶ୍ବରସ୍ଥିତ…

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri