ହାଇକୋର୍ଟ ସ୍ଥାୟୀ ବେଞ୍ଚ ପୁନଃ ପ୍ରତିଷ୍ଠା ଦାବିରେ ଦୁଇଦିନିଆ ସରକାରୀ ଅଫିସ ବନ୍ଦ

ବଲାଙ୍ଗୀର ଅଫିସ, ୧୬।୧୦: ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପୁନଃ ପ୍ରତିଷ୍ଠା ଦାବିରେ ଜିଲା ଓକିଲ ସଂଘ ପକ୍ଷରୁ ବୁଧବାରଠାରୁ ଦୁଇଦିନିଆ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ସମସ୍ତ ଅଫିସ ବନ୍ଦ କରାଯାଇ ଜିଲାପାଳ କାର୍ଯ୍ୟାଳୟ ଓ ସିଭିଲ କୋର୍ଟ ସମ୍ମୁଖରେ ଧାରଣା ଦିଆଯାଇଛି । ଜିଲା ଓକିଲ ସଂଘ ସଭାପତି ପ୍ରମୋଦ କୁମାର ତ୍ରିପାଠୀଙ୍କ ନେତୃତ୍ୱରେ ସଦସ୍ୟମାନେ ସିଭିଲ କୋର୍ଟ, ଜିଲାପାଳ କାର୍ଯ୍ୟାଳୟ ଓ ଅନ୍ୟ ସରକାରୀ ଅଫିସ ସମ୍ମୁଖରେ ପିକେଟିଂ କରିଥିଲେ । ଗୁରୁବାର ମଧ୍ୟ ବନ୍ଦ ପାଳନ ଜାରିରହିବ। ଏହି ଆନ୍ଦୋଳନରେ ବିଭିନ୍ନ ସାମାଜିକ ସଙ୍ଗଠନର ସଦସ୍ୟ, ବୁଦ୍ଧିଜୀବୀ ସାମିଲ ହୋଇଛନ୍ତି ।