ହାଇକୋର୍ଟର ନୂଆ ବିଚାରପତି ନାମ ସୁପାରିସକୁ ବିରୋଧ: ୧୬ ପର୍ଯ୍ୟନ୍ତ କୋର୍ଟ ବର୍ଜନ ନିଷ୍ପତ୍ତି

କଟକ ଅଫିସ, ,୧୫।୧୦: ସୁପ୍ରିମକୋର୍ଟଙ୍କ କଲେଜିୟମ ଗତ ୩ ତାରିଖରେ ଓଡ଼ିଶା ହାଇକୋର୍ଟରେ ୨ଜଣ ବିଚାରପତିଙ୍କୁ ନିଯୁକ୍ତି ଦେବା ପାଇଁ ନାମ ସୁପାରିସ କରିଛନ୍ତି। ତେବେ ଏହି ସୁପାରିସକୁ ବିରୋଧକରି ଓଡ଼ିଶା ହାଇକୋର୍ଟ ବାର ଆସୋସିଏଶନ ଆସନ୍ତା ୧୬ ତାରିଖ ଅର୍ଥାତ୍‌ ବୁଧବାର ପର୍ଯ୍ୟନ୍ତ ହାଇକୋର୍ଟଙ୍କ ସମସ୍ତ ଅଦଲତକୁ ବର୍ଜନ କରିବା ପାଇଁ ନିଷ୍ପତ୍ତି ନେଇଛି। ସୋମବାର ହାଇକୋର୍ଟ ବାର୍‌ ଆସୋସିଏଶନ ହଲ୍‌ରେ ଆୟୋଜିତ ଆସୋସିଏଶନର ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସୁପ୍ରିମକୋର୍ଟଙ୍କ କଲେଜିୟମ ବିଚାରପତି ନିଯୁକ୍ତିରେ ପକ୍ଷପାତିତା ଓ ନିୟମାନୁଯାୟୀ ନିଷ୍ପତ୍ତି ନେଇ ନ ଥିବା ବାର୍‌ ଆସୋସିଏଶନ ଅଭିଯୋଗ କରିଛି। ଆଇନଜୀବୀ ହାଇକୋର୍ଟରେ ନିୟମିତ ପ୍ରାକ୍ଟିସନର ହୋଇଥିଲେ ତାଙ୍କ ନାମ ବିଚାରପତି ପାଇଁ ସୁପାରିସ କରାଯିବା ନିୟମ ରହିଛି। ହେଲେ ସୁପ୍ରିମକୋର୍ଟଙ୍କ କଲେଜିୟମ ଏହି ନିୟମକୁ ବିଚାରକୁ ନ ନେଇ ବିଚାରପତି ନିଯୁକ୍ତି ପାଇଁ ନାମ ସୁପାରିସ କରିଥିବାରୁ ବାର୍‌ ଆସୋସିଏଶନ କୋର୍ଟ ବର୍ଜନ ନିଷ୍ପତ୍ତି ନେଇଥିବା ଆସୋସିଏଶନ ସମ୍ପାଦକ ସଞ୍ଜୟ ଦାସ କହିଛନ୍ତି। ଆସନ୍ତା ବୁଧବାର ଅପରାହ୍ନ ୧ଟା ୧୫ରେ ପୁଣି ବାର୍‌ ଆସୋସିଏଶନର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ। ସେହିପରି ମଙ୍ଗଳବାର ଏହି ଘଟଣାକୁ ନେଇ ଏକ କମିଟି ଗଠନ କରାଯିବ। ଏହି କମିଟିର ପରାମର୍ଶ ଅନୁଯାୟୀ ଆସୋସିଏଶନ ଏହି ଘଟଣା ସମ୍ପର୍କରେ କାର୍ଯ୍ୟପନ୍ଥା ଗ୍ରହଣ କରିବ ବୋଲି ସମ୍ପାଦକ ଦାସ କହିଛନ୍ତି।
ସୂଚନା ଅନୁଯାୟୀ, ଓଡ଼ିଶା ହାଇକୋର୍ଟରେ ୨ଜଣ ବିଚାରପତିଙ୍କୁ ନିଯୁକ୍ତି ଦେବାକୁ ସୁପ୍ରିମକୋର୍ଟଙ୍କ କଲେଜିୟମ ରାଷ୍ଟ୍ରପତିଙ୍କୁ ସୁପାରିସ କରିଛି। ପୂର୍ବରୁ ହାଇକୋର୍ଟ ମୁଖ୍ୟ ବିଚାରପତି କେ.ଏସ୍‌. ଝାବେରୀ ୮ଜଣ ଆଇନଜୀବୀଙ୍କ ନାମ ସୁପାରିସ କରିଥିଲେ। ସୁପ୍ରିମକୋର୍ଟଙ୍କ କଲେଜିୟମ ସଞ୍ଜୀବ ପାଣିଗ୍ରାହୀଙ୍କ ନାମ ସୁପାରିସ କରିଥିବାବେଳେ ସାବିତ୍ରୀ ରଥଙ୍କ ନାମ ବିଚାରାଧୀନ ରଖିଛନ୍ତି। ସେହିପରି ୪ଜଣ ଜୁଡ଼ିସିଆଲ୍‌ ଅଫିସରଙ୍କ ମଧ୍ୟରୁ ବିଭୂପ୍ରସାଦ ରାଉତରାୟଙ୍କ ନାମ ସୁପାରିସ କରାଯାଇଛି। ଏହା ପୂର୍ବରୁ ହାଇକୋର୍ଟ ବାର୍‌ ଆସୋସିଏଶନର କର୍ମକର୍ତ୍ତା ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ସହ କଲେଜିୟମର ଅନ୍ୟ ବିଚାରପତିଙ୍କୁ ସାକ୍ଷାତ କରି ଜଣେ ବିଚାରପତିଙ୍କ ନାମ ସୁପାରିସ ନ କରିବାକୁ ଦାବିପତ୍ର ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri