ହାଇକୋର୍ଟଙ୍କ ପକ୍ଷରୁ ସ୍ପଷ୍ଟୀକରଣ: ବରିଷ୍ଠ ନାଗରିକ, ଭିନ୍ନକ୍ଷମ ବ୍ୟବହାର କରିବେ ଦୁଇ ଚକିଆ ଯାନ

କଟକ ଅଫିସ, ୧୦।୩: ପାଦ ଚଲା ଦୂରତାରେ ଅତ୍ୟାବଶ୍ୟକ ସାମଗ୍ରୀ ମିଳୁ ନ ଥିବା ଯୋଗୁ ବାଇକ୍‌ ବ୍ୟବହାର କଟକଣାକୁ କୋହଳ କରିବା ପାଇଁ ଗୁରୁବାର ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଆଡଭୋକେଟ୍‌ ଜେନେରାଲ ଏବଂ ସରକାରୀ ଓକିଲ ଡି. କେ. ମହାନ୍ତି ଶୁକ୍ରବାର ମେମୋ ଦାଖଲ କରିବା ପରେ ହାଇକୋର୍ଟଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ଦୁଇ ଚକିଆ ଯାନ ବ୍ୟବହାର ଉପରେ ଥିବା କଟକଣାକୁ ସମ୍ପୂର୍ଣ୍ଣ ଉଠା ଯାଇନାହିଁ। ବରଂ କେବଳ ବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମ ମାନେ ହିଁ ଗାଡି ବ୍ୟବହାର କରିପାରିବେ। ସେହିଭଳି ଡାକ୍ତର, ନର୍ସ ଏବଂ ସ୍ବାସ୍ଥ୍ୟକର୍ମୀ ମାନେ ପୂର୍ବବତ୍‌ ଗାଡି ବ୍ୟବହାର କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।