ହାଇକୋର୍ଟଙ୍କ ନିର୍ଦ୍ଦେଶ ପ୍ରତିବାଦରେ କୋର୍ଟ ବର୍ଜନ

ଭବାନୀପାଟଣା,୨୦।୧୦(ଡି.ଏନ୍‌.ଏ.): ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କୋର୍ଟ ବର୍ଜନକୁ ଅବମାନନା ଦର୍ଶାଇ ବିଭିନ୍ନ ଓକିଲ ସଂଘକୁ ନୋଟିସ ଦିଆଯାଇଛି। ଏହାର ପ୍ରତିବାଦରେ ଭବାନୀପାଟଣା ଓକିଲ ସଂଘ ପକ୍ଷରୁ ସମସ୍ତ କୋର୍ଟ ବର୍ଜନ କରାଯାଇଛି। ଜିଲାର ମଦନପୁର ରାମପୁର, କେସିଙ୍ଗା, ଧର୍ମଗଡ଼, ଜୁନାଗଡ଼ ସମେତ ବିଭିନ୍ନ କୋର୍ଟ ଆଇନଜୀବୀମାନଙ୍କ ଦ୍ୱାରା ବର୍ଜନ ହୋଇଛି।
ଓକିଲ ସଂଘ ଉପସଭାପତି ଦିଲ୍ଲୀପ ପ୍ରହରାଜଙ୍କ ନେତୃତ୍ୱରେ ଅନୁଷ୍ଠିତ ପ୍ରତିବାଦ ସଭାରେ ବରିଷ୍ଠ ଆଇନଜୀବୀ ଦୈତାରୀ ପ୍ରଧାନ, ଅଶ୍ୱିନୀ ସାହୁ, ସୁଧୀର ପଟ୍ଟନାୟକ, ଅମରେନ୍ଦ୍ର ମୁଣ୍ଡଙ୍କ ସମେତ ବହୁ ଆଇନଜୀବୀ ସାମିଲ ଥିଲେ।