ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲା କ୍ରିୟାନୁଷ୍ଠାନ କମିଟି

ବ୍ରହ୍ମପୁର ଅଫିସ୍‌, ୯ା୮-ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ବ୍ରହ୍ମପୁରରୁ ଛତ୍ରପୁରକୁ ସ୍ଥାନାନ୍ତର ପାଇଁ ରାଜ୍ୟ ସରକାର ଏବଂ ଜିଲାପାଳଙ୍କ ପ୍ରସ୍ତାବକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ବ୍ରହ୍ମପୁରର ବିଭିନ୍ନ ସଂଗଠନ ପକ୍ଷରୁ ଏହାକୁ ତୀବ୍ର ବିରୋଧ କରାଯାଉଛି। ଅନ୍ୟପଟେ ଏହି ପ୍ରସଙ୍ଗରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ଗଞ୍ଜାମ ଜିଲା ମିଳିତ କ୍ରିୟାନୁଷ୍ଠାନ କମିଟି। ଜିଲାପାଳଙ୍କ ପ୍ରସ୍ତାବକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଡବ୍ଲୁପିସି ନଂ-୧୩୮୨୦/୧୯ରେ ଏକ ମାମଲା ରୁଜୁ କରାଯାଇଛି। ସ୍ଥିତାବସ୍ଥା ଜାରି କରିବା ପାଇଁ ପ୍ରାର୍ଥନା କରାଯାଇଛି। ଏଥିସହ ଜିଲାପାଳଙ୍କ ଚିଠି ରଦ୍ଦ କରିବା, ଡିପିସି କାର୍ଯ୍ୟାଳୟକୁ ଛତ୍ରପୁରରୁ ବ୍ରହ୍ମପୁରକୁ ସ୍ଥାନାନ୍ତର ସହ ଡିଇଓଙ୍କ କାର୍ଯ୍ୟାଳୟରେ ମିଶ୍ରଣ କରିବାକୁ ଆବେଦନ କରାଯାଇଥିବା ଗୁରୁବାର ଜିଲା ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି। କମିଟି ସମ୍ପାଦକ ସୁରେନ୍ଦ୍ର ପାଣିଗ୍ରାହୀ, ରାଜେନ୍ଦ୍ର ପଣ୍ଡା, ସୂର୍ଯ୍ୟନାରାୟଣ ଦାସ, ବାସୁଦେବ ସାହୁକାର, ଜଗନ୍ନାଥ ପାଢୀ, ରମେଶ ଚନ୍ଦ୍ର ସାହୁ, ଅବନୀ କୁମାର ଗୟା, ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ଗୁରୁ ଚରଣ ପାତ୍ର, ରଜନୀକାନ୍ତ ମଣ୍ଡଳ, ଗିରିଜା ଶଙ୍କର ଶତପଥୀ, କିଶୋର ପାତ୍ର, ହୃଷୀକେଶ ପାତ୍ର ଓ ସଞ୍ଜୀବ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଖବରଦାତା ସମ୍ମିଳନୀରେ କୁହାଯାଇଥିଲା, ଜିଲାର ଗ୍ରାମାଞ୍ଚଳଗୁଡ଼ିକରୁ ବ୍ରହ୍ମପୁରକୁ ବସ୍‌ ଯୋଗାଯୋଗ ସୁବିଧା ୮୫ପ୍ରତିଶତ ରହିଛି। ଛତ୍ରପୁରକୁ ମାତ୍ର ୧୫ପ୍ରତିଶତ ଯୋଗାଯୋଗ ସୁବିଧା ଅଛି। ଏଣୁ ବ୍ରହ୍ମପୁରରେ ହିଁ ଡିଇଓଙ୍କ କାର୍ଯ୍ୟାଳୟ ରହିବା ଉଚିତ। ଉକ୍ତ କାର୍ଯ୍ୟାଳୟ ଛତ୍ରପୁରକୁ ସ୍ଥାନାନ୍ତର ପାଇଁ ଜିଲାପାଳ ନିଜେ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି। ଏହାକୁ ବ୍ରହ୍ମପୁରର ବିଭିନ୍ନ ସଂଗଠନ ବିରୋଧ କରିଥିଲା। ଏଣୁ ଜିଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଛତ୍ରପୁରର କେତେକ ସଂଗଠନର କର୍ମକର୍ତ୍ତାଙ୍କୁ ପ୍ରବର୍ତ୍ତାଉଛନ୍ତି। ବ୍ରହ୍ମପୁରରୁ ଛତ୍ରପୁରକୁ କାର୍ଯ୍ୟାଳୟ ସ୍ଥାନାନ୍ତର ପାଇଁ ଦାବି କରିବାକୁ କୁହାଯାଉଛି। ପ୍ରଶାସନ ବର୍ତ୍ତମାନ ଜିଲାକୁ ଦୁଇଭାଗରେ ବିଭକ୍ତ କରିବାକୁ ଚେଷ୍ଟା କରୁଛିି। ଯଦି ୨୪ଘଣ୍ଟା ମଧ୍ୟରେ ଜିଲାପାଳ ନିଜ ପ୍ରସ୍ତାବକୁ ପ୍ରତ୍ୟାହାର ନ କରନ୍ତି, ତେବେ ଜିଲାପାଳ ଏବଂ ଜିଲା ଶିକ୍ଷା ଅଧିକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଆଶ୍ରୟ ନିଆଯିବ ବୋଲି ଖବରଦାତା ସମ୍ମିଳନୀରେ ଚେତାବନୀ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri