ହସ୍ପିଟାଲର ୩୬ ଗର୍ଭବତୀ ନର୍ସଙ୍କ ମଧ୍ୟରୁ ୨୦ ଜଣ ମା’ହେଲେ

ଗୋଟିଏ ବର୍ଷରେ ଏକ ହସ୍ପିଟାଲର ୩୬ଜଣ ନର୍ସ ଗର୍ଭବତୀ ହୋଇଥିବା ଖବର ସାମ୍ନାକୁ ଆସିଥିବା ବେଳେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ସୋସିଆଲ ମିଡିଆରେ ମା’ ହୋଇସାରିଥିବା ୨୦ ଓ ଅବଶିଷ୍ଟ ୧୬ ନର୍ସଙ୍କ ଖବର ଭାଇରାଲ ହେବାରେ ଲାଗିଛି। ହସ୍ପିଟାଲ ପକ୍ଷରୁ ସେମାନଙ୍କର ଫଟୋଗୁଡିକୁ ଏବେ ଶେୟାର କରାଯାଇଛି। ତେବେ ଜନ୍ମ ନେଇଥିବା ୨୦ ଶିଶୁଙ୍କ ଭିତରେ ମାତ୍ର ୨ ଶିଶୁକନ୍ୟା ରହିଥିବା ଜଣାପଡ଼ିଛି। ଅବଶିଷ୍ଟ ୧୬ ନର୍ସଙ୍କ ପ୍ରସବ ଚଳିତ ଡିସେମ୍ବର ଶେଷ ସୁଦ୍ଧା ହେବ ବୋଲି କୁହାଯାଇଛି।

ଆମେରିକାର କାନସାସ୍‌ ସହରରେ ଥିବା ଚିଲଡ୍ରେନ ମର୍ସି ହସ୍ପିଟାଲରେ ଏହି ରୋଚକ ଘଟଣା ଘଟିଛି। ସମସ୍ତ ନର୍ସ ନିଓନାଟାଲ ଇଣ୍ଟେନସିଭ କେୟାର ୟୁନିଟ୍‌(ଏନ୍‌ଆଇସିୟୁ)ରେ କାର୍ଯ୍ୟ କରୁଥିବା ବେଳେ ପ୍ରତିଦିନ ଏମାନେ ଶିଶୁ ରୋଗୀଙ୍କ ଯତ୍ନ ନେଇଥାନ୍ତି।

Share