ହସ୍ପିଟାଲରେ ଭର୍ତ୍ତି ହେଲେ ଏହି ଅଭିନେତାଙ୍କ ଭଉଣୀ

ମୁମ୍ବାଇ: ଫିଲ୍ମ ନିର୍ମାତା ବୋନି କପୁରଙ୍କ ଝିଅ ତଥା ଅର୍ଜୁନ କପୁରଙ୍କ ଭଉଣୀ ଅଂଶୁଳା କପୁର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। କାରଣ ତାଙ୍କର ବ୍ଲଡ୍‌ପ୍ରେସର ଏବଂ ସୁଗାର ଲେବୁଲରେ ସମସ୍ୟା ଦେଖାଦେଇଥିଲା। ଅଂଶୁଳାଙ୍କୁ ଦେଖିବା ପାଇଁ ତାଙ୍କ ପିତା ବୋନି କପୁର ଏବଂ ଭଉଣୀ ଜାହ୍ନବୀ ହସ୍ପିଟାଲରେ ପହଞ୍ଚତ୍ଥିଲେ। ଜାହ୍ନବୀଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଫଟୋକୁ ଫଟୋଗ୍ରାଫର ବିରଳ ଭୟାନି ନିଜ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଥିଲେ।

ଅଂଶୁଳା ହେଉଛନ୍ତି ବୋନି କପୁର ଏବଂ ତାଙ୍କ ପ୍ରଥମ ସ୍ତ୍ରୀ ମୋନା ଶୌରୀଙ୍କ ଝିଇ। ଜାହ୍ନବୀ ଏବଂ ଖୁସି ହେଉଛନ୍ତି ତାଙ୍କ ସାବତ ଭଉଣୀ। କିନ୍ତୁ ଏମାନଙ୍କ ମଧ୍ୟରେ ପ୍ରଗାଢ଼ ଭଲ ପାଇବା ରହିଛି। ଅନେକ ସ୍ଥାନରେ ଭାଇ-ଭଉଣୀମାନଙ୍କୁ ଏକାଠି ଦେଖିବାକୁ ମିଳିଥାଏ। ଖାଲି ଏତିକି ନୁହେଁ ଭାଇଭଉଣୀ ମିଶି ଜନକଲ୍ୟାଣ କାମ କରିଥାନ୍ତି। ଏହି ଯେମିତି କରୋନା ମହାମାରୀରେ ପୀଡ଼ିତ ଭାରତର ଅନେକ ଲୋକଙ୍କୁ ସାହାଯ୍ୟ କରିବା ପାଇଁ କୋଟିଏରୁ ଅଧିକ ଟଙ୍କା ଏକଜୁଟ୍‌ କରିଥିଲେ ଅର୍ଜୁନ ଏବଂ ଅଂଶୁଳା।

Share