ହସ୍ପିଟାଲରେ ଗର୍ଭବତୀଙ୍କୁ ମିଳିଲାନି ସିଟ୍‌: ସ୍ବାମୀ ବନିଲେ ଷ୍ଟୁଲ୍‌…

ବେଜିଂ,୮।୧୨: ଚାଇନାରେ ଜଣେ ଗର୍ଭବତୀ ଏକ ହସ୍ପିଟାଲକୁ ଯାଇଥିଲେ। ତେବେ ସେଠାରେ ବସିବା ପାଇଁ ତାଙ୍କୁ କୌଣସି ସିଟ୍‌ ମିଳି ନ ଥିଲା। ବହୁ ସମୟ ଛିଡାହୋଇ ତାଙ୍କ ଗୋଡ଼ରେ ଯନ୍ତ୍ରଣା ହେବାରୁ ସ୍ବାମୀ ଆଣ୍ଠେଇ ପଡ଼ି ଷ୍ଟୁଲ ଭଳି ହୋଇଥିଲେ। ସ୍ବାମୀଙ୍କ ପିଠି ଉପରେ ଗର୍ଭବତୀ ବସି ରହିଥିଲେ। ଏହି ଘଟଣା ଉତ୍ତର-ପୂର୍ବ ଚାଇନାର ହେଇଲୋଙ୍ଗଜିୟାଙ୍ଗ୍‌ ପ୍ରଦେଶର ହେଙ୍ଗାଗ୍‌ ସହରରେ ଘଟିଥିବା କୁହାଯାଉଛି। ସହରର ପୋଲିସ ବିଭାଗ ଓ୍ବେବସାଇଟ୍‌ରେ ଏହାର ଫଟୋ ଓ ଭିଡ଼ିଓ ରବିବାର ଶେୟାର କରାଯାଇଛି। ଏବେ ସୋସିଆଲ୍‌ ମିଡ଼ିଆରେ ଏହା ଭାଇରାଲ ହେବାରେ ଲାଗିଛି। ଇତିମଧ୍ୟରେ ଏହି ଭିଡ଼ିଓକୁ ୭୦ ଲକ୍ଷରୁ ଅଧିକ ଥର ଦେଖାଯାଇଛି।

Share