Categories: ଜାତୀୟ

ହସ୍ପିଟାଲରୁ ଲୁଚି ପଳାଇଲେ ୧୧ କରୋନା ସନ୍ଦିଗ୍ଧ

ମୁମ୍ବାଇ,୧୬।୩: ମହାରାଷ୍ଟ୍ରରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ନଭି ମୁମ୍ବାଇର ଏକ ହସ୍ପିଟାଲରୁ ୧୧ଜଣ କରୋନା ସନ୍ଦିଗ୍ଧ ରୋଗୀ ଲୁଚି ପଳାଇ ଯାଇଥିବା ଜଣାପଡିଛି। ଏମାନେ ଦୁବାଇରୁ ଫେରିଥିବା ବେଳେ ସେମାନଙ୍କ ନିକଟରେ କରୋନା ଭାଇରସ ଥିବା ସନ୍ଦେହ କରି ସମସ୍ତ ୧୧ ଜଣଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ହେଲେ ରିପୋର୍ଟ ଆସିବା ପୂର୍ବରୁ ଏମାନେ ଲୁଚି ପଳାଇଯାଇଥିବା ଜଣାପଡିଛି। ଏମାନଙ୍କ ମଧ୍ୟରୁ ଜଣେ କରୋନାରେ ସଂକ୍ରମିତ ଥିବା ବେଳେ ଅନ୍ୟମାନଙ୍କ ରିପୋର୍ଟ ବିଷୟରେ ଜଣାପଡିନାହିଁ। ହେଲେ ଅନ୍ୟମାନେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବାରୁ ଏହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟି ଯାଇଛି। ନଭି ମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନ ଓ ପୋଲିସର ମିଳିତ ସହଯୋଗରେ ସେମାନଙ୍କୁ ଖୋଜା ଚାଲିଥିବା ଜଣାପଡିଛି। ତେବେ କରୋନା ରୋଗୀଙ୍କର ଏଭଳି ବ୍ୟବହାର ପରିସ୍ଥିତିକୁ ଜଟିଳ କରି ଦେଉଛି ବୋଲି କୁହାଯାଉଛି। କିଛିଦିନ ପୂର୍ବରୁ ନାଗପୁରରୁ ମଧ୍ୟ ୪ କରୋନା ସନ୍ଦିଗ୍ଧ ଲୁଚି ପଳାଇଯାଇଥିବା ଖବର ଆସିଥିଲା।

Share