Categories: ଫୁରସତ

ହସ୍ପିଟାଲକୁ ୫୦,୦୦୦ ମାସ୍କ ଦାନ କଲା ଏକ କମ୍ପାନି

ସ୍ବିଡେନ୍‌ର ସରକାରୀ ହସ୍ପିଟାଲ (ଗୋଥେନ୍‌ବର୍ଗସ୍ଥିତ ସାହଲଗ୍ରେନ୍‌ସ୍କା ବିଶ୍ୱବିଦ୍ୟାଳୟ)କୁ ଏକ ଆସବାବପତ୍ର କମ୍ପାନି ୫୦,୦୦୦ ମାସ୍କ ଦାନ କରିଛି। ବର୍ତ୍ତମାନ ସମୟରେ କରୋନା ଭାଇରସ୍‌ ଆତଙ୍କ ଖେଳାଇ ଚାଲିଥିବା ବେଳେ ମାସ୍କ ଦାନ କରିବା ବେଶ୍‌ ପ୍ରଶଂସାଯୋଗ୍ୟ। ଏହା ଲୋକଙ୍କ ଦରକାରରେ କାମରେ ଲାଗିବ। ଯେତେବେଳେ ବାର୍ଡ ଫ୍ଲୁ ହୋଇଥିଲା କମ୍ପାନି ପକ୍ଷରୁ ସେତେବେଳେ ମାସ୍କ କିଣାଯାଇଥିଲା। ଏହାକୁ ଗୋଦାମରେ ରଖି ପରବର୍ତ୍ତୀ ସମୟରେ କମ୍ପାନି କର୍ତ୍ତୃପକ୍ଷ ଭୁଲି ଯାଇଥିଲେ।
ସ୍ବିଡେନ୍‌ରେ ବର୍ତ୍ତମାନ ସୁଦ୍ଧା ୧୧୬୭ ଜଣ କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଥିବା ବେଳେ ୭ ଜଣଙ୍କ ମୃତ୍ୟୁ ଘଟିଛି। ସ୍ବିଡେନର ୱେଷ୍ଟ କୋଷ୍ଟର ବୃହତ୍ତମ ଷ୍ଟୋର୍‌ ବୋଲି ଆଇକେଏର ଲଜିଷ୍ଟିକ ମ୍ୟାନେଜର ଜୋହାନ ଆଣ୍ଡର୍‌ସନ କହିଛନ୍ତି, ବାର୍ଡ ଫ୍ଲୁ ସମୟରେ ହଜାର ହଜାର ମାସ୍କ କ୍ରୟ କରାଯାଇଥିଲା। ଆଜି ଗୋଦାମରେ ହଠାତ୍‌ କିଛି ଖୋଜୁଥିବା ବେଳେ ତାଙ୍କ ଟିମ୍‌ ଏହାକୁ ପାଇଛନ୍ତି। ହସ୍ପିଟାଲରେ ମାସ୍କ କମ୍‌ ରହିଥିବା ସେ ନ୍ୟୁଜ୍‌ରୁ ଜାଣିବାକୁ ପାଇଥିଲେ। ତେଣୁ ସେ ସଙ୍ଗେ ଗୋଥେନ୍ସବର୍ଗର ସାହଲଗ୍ରେନ୍‌ସ୍କା ହସ୍ପିଟାଲ ମ୍ୟାନେଜମେଣ୍ଟକୁ ଫୋନ୍‌ କରି ମାସ୍କ ଚାହଁୁଛ କି ନାହିଁ ପଚାରିଥିଲେ। ସେ ହଁ କହିବାରୁ ୫୦,୦୦୦ ମାସ୍କ ଦାନ କରିଛି କମ୍ପାନି।

Share