ହସ୍ତପାଦାସନ ଦୂର କରେ ଅନେକ ରୋଗ

ପ୍ରତିଦିନ ପୌଷ୍ଟିକ ଆହାର ସହିତ ଯୋଗାଭ୍ୟାସ କଲେ ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ। ଯୋଗାସନ କରିବା ଦ୍ୱାରା ମସ୍ତିଷ୍କରେ ରକ୍ତ ସଂଚାଳନ ଠିକ୍‌ ଭାବରେ ହୋଇଥାଏ। ତେବେ ଯେ କୌଣସି ଯୋଗାସନ କରିବା ପୂର୍ବରୁ ଯୋଗ ବିଶେଷଜ୍ଞଙ୍କ ପରାମର୍ଶ ନେବାରୁ ଜରୁରୀ। ଅନେକ ଯୋଗାସନ ରହିଛି ମାତ୍ର ହସ୍ତପାଦାସନ କଲେ କେଉଁ ରୋଗରୁ ମୁକ୍ତି ମିଳିଥାଏ ଜାଣନ୍ତୁ ଏ ସମ୍ପର୍କରେ…
କେମିତି କରିବେ ଏହି ଆସନ :
ସିଧା ଠିଆ ହୋଇ ଧୀରେ ତଳକୁ ନଇଁ ଆଣ୍ଠୁ ପାଖରେ ମୁହଁ ରଖି ଦୁଇହାତରେ ଦୁଇପାଦକୁ ଧରନ୍ତୁ। ଏହିପରି ପ୍ରତିଦିନ ୫/୬ଥର କରନ୍ତୁ।

ହସ୍ତପାଦାସନ :
ଏହି ଆସନ କଲେ ମେଦବହୁଳତା ନିିୟନ୍ତ୍ରଣରେ ରହିବା ସହିତ ପାଚନ ତନ୍ତ୍ର ସଠିକ୍‌ ଭାବେ କାର୍ଯ୍ୟ କରିଥାଏ। ହାଡ଼ ଏବଂ ମାଂସପେଶୀ ମଧ୍ୟ ମଜଭୁତ ହୋଇଥାଏ। ହସ୍ତପାଦାସନ କରିବା ଦ୍ୱାରା ତ୍ୱଚାରେ ଚମକ ଆସିଥାଏ। ପ୍ରତିଦିନ ୫/୬ଥର ହସ୍ତପାଦାସନ ଅଭ୍ୟାସ କଲେ ସ୍ପାଇନ୍‌, ହାର୍ଣ୍ଣିଆ, ହୃଦ୍‌ରୋଗ, ଉଚ୍ଚ ରକ୍ତଚାପ, ଅର୍ଶ ଆଦି ସମସ୍ୟା ଦୂର ହୋଇଥାଏ।