ହଳଦୀ ଅମଳ ପାଇଁ ଜଙ୍ଗଲରେ ବିତୁଛି ଜୀବନ: ବିକ୍ରିନେଇ ଚିନ୍ତାରେ ଚାଷୀ

ଦାରିଙ୍ଗବାଡ଼ି,୧୦।୪(ଡି.ଏନ୍‌.ଏ.)- ଏବେ କନ୍ଧମାଳରେ ହଳଦୀ ଅମଳ ସମୟ। ପ୍ରକୃଷ୍ଟ ସମୟ ବିତିଗଲେ ଚାଷୀଙ୍କୁ ହଜାର ହଜାର ଟଙ୍କାର କ୍ଷତି ସହିବାକୁ ପଡ଼ିବ। ଚାଷୀର ମେରୁଦଣ୍ଡ କୁହାଯାଉଥିବା ହଳଦୀ ଚାଷରୁ ଭଲ ରୋଜଗାର ହେଉଥିବାବେଳେ ଏବେ କରୋନା ପାଇଁ କିଭଳି ବିକ୍ରି ହେବ ସେନେଇ ଚିନ୍ତା ବଢ଼ି ଯାଇଛି ବୋଲି କହିଛନ୍ତି ଚାଷୀ ପାନୁରା ପ୍ରଧାନ। ତେବେ ହଳଦୀ ଅମଳ ଶେଷ ବେଳେକୁ ଏହି ଲକଡାଉନ ହଟିଯାଇ ପରିସ୍ଥିତି ସ୍ବାଭାବିକ ରହିଥିବ ବୋଲି ସେ ଆଶା ପ୍ରକଟ କରିଛନ୍ତି। ହଳଦୀ ଅମଳ ଏବଂ ପୁନର୍ବାର ହଳଦୀ ବିହନ ଲଗାଇବା ପାଇଁ ଏଠିକାରେ ଜନଜାତି ସମ୍ପ୍ରଦାୟର ଚାଷୀଙ୍କୁ ପ୍ରାୟ ୬ ମାସ ଧରି ଜଙ୍ଗଲରେ ରହିବାକୁ ପଡେ। ଲକଡାଉନ ଘୋଷଣା ପରେ ମଧ୍ୟ ହଳଦୀ ଅମଳ ପାଇଁ ଚାଷୀ ନିଜ ପରିବାର ସହ ଜଙ୍ଗଲରେ ପତ୍ର କୁଡ଼ିଆ କରି ରହିଛନ୍ତି। ଏଭଳି ଦୃଶ୍ୟ କନ୍ଧମାଳ ଜିଲାର ସମସ୍ତ ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳେ। ଦାରିଙ୍ଗବାଡ଼ି ବ୍ଲକରେ ମଧ୍ୟ ଶତାଧିକ ଚାଷୀ ପରିବାର ଏବେ ଜଙ୍ଗଲରେ ଅଛନ୍ତି। ଜଙ୍ଗଲରୁ ସଂଗ୍ରହ ଖାଦ୍ୟଖାଇ ସେଠାରେ ରହୁଛନ୍ତି। କେତେକ ଚାଷୀ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ୩ ମାସର ପିଡିଏସ୍‌ ଚାଉଳ ନେଇ ଜଙ୍ଗଲରେ ରହୁଥିବା କହିଛନ୍ତି। ସାରା ଦେଶରେ କରୋନା ପାଇଁ ଲକ୍‌ଡାଉନ କଟକଣା। ସାମାଜିକ ଦୂରତା ପାଇଁ ସରକାର ବ୍ୟାପକ ସଚେତନ କରୁଛନ୍ତି। ମାତ୍ର ଏମାନଙ୍କ ନିକଟରେ କୌଣସି ସଚେତନର ବାର୍ତ୍ତା ପହଞ୍ଚତ୍ବା ମୁସ୍କିଲ ହୋଇପଡ଼ିଛି। କିଭଳି ଏହି ରୋଗ ବ୍ୟାପୁଛି ସେ ସମ୍ପର୍କରେ ସେମାନଙ୍କୁ ଜଣାନାହିଁ।
(((((ଫଟୋ—–ହଳଦୀ ଅମଳ ପାଇଁ କାର୍ଯ୍ୟ କରୁଛନ୍ତ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?