Categories: ଗଞ୍ଜାମ

ହଳଦିଆପଦର ରେଳଧାରଣା କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର

ବ୍ରହ୍ମପୁର ଅଫିସ,୨।୬: ଗଞ୍ଜାମ ଜିଲା ବ୍ରହ୍ମପୁର ରେଳବାଇ ପୋଲିସ ରବିବାର ସକାଳେ ହଳଦିଆପଦର ରେଳଧାରଣା କଡ଼ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ଯୁବକଙ୍କ ପରିଚୟ ସ୍ପଷ୍ଟ ହୋଇପାରି ନ ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ଟ୍ରେନ ଆଗକୁ ଡେଇଁ ଯୁବକ ଜଣଙ୍କ ଆତ୍ମହତ୍ୟା କରିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ମୃତଦେହ ଉଦ୍ଧାର କରି ପୋଲିସ ୧୭/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।
ପ୍ରକାଶ ଯେ, ଜଣେ ଯୁବକ ହଳଦିଆପଦର ରେଳଧାରଣାରେ ପଡିଥିବା ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଯୁବକଙ୍କ ପକେଟରୁ ଏକ ଆଧାର କାର୍ଡ ମିଳିଥିବା ବେଳେ ଆଧାର କାର୍ଡଟି ସ୍ପଷ୍ଟ ଭାବରେ ଦେଖାଯାଉ ନ ଥିବାରୁ ପୋଲିସକୁ ଯୁବକଙ୍କ ପରିଚୟ ମିଳିପାରି ନାହିଁ ।