ହଲିଉଡ୍‌ର ପ୍ରସିଦ୍ଧ ଫିଲ୍ମ ମେକରଙ୍କ ଝିଅ ହେଲେ ପର୍ନ ଷ୍ଟାର!

ଓ୍ବାଶିଂଟନ: ହଲିଉଡ୍‌ର ପପୁଲାର ଫିଲ୍ମ ମେକର ଷ୍ଟିଭେନ ସ୍ପିଲବର୍ଗଙ୍କ ଝିଅ ମିକେଲାଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ଦ ସନ୍‌ର ରିପୋର୍ଟ ଅନୁଯାୟୀ, ମିକେଲା ପର୍ନଷ୍ଟାରରୁ କୁଆଡେ ତାଙ୍କ ଅଭିନୟ ଜୀବନ ଆରମ୍ଭ କରିଛନ୍ତି। ଏକ ସାକ୍ଷାତ୍‌କାରରେ ମିକେଲା କହିଛନ୍ତି ସେ ତାଙ୍କର ଏକ ସୋଲୋ ପର୍ନ ଭିଡିଓ ପ୍ରସ୍ତୁତ କରିଛନ୍ତି। ଆଉ ଏଥିପାଇଁ ସେ ତାଙ୍କ ମାତାପିତାଙ୍କ ଅନୁମତି ଲୋଡିଥିବା ବେଳେ ସେମାନେ ଏଥିରେ ସହମତ ହେବାରୁ ସେ ଏହି ଭିଡିଓ କରିଥିବା କହିଛନ୍ତି। ସୂଚନାଯୋଗ୍ୟ, ଫିଲ୍ମ ମେକର ଷ୍ଟିଭେନ ସ୍ପିଲର୍ବି ଓ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ କେଟ କ୍ୟାପଶ ମିକେଲାଙ୍କୁ ପାଳିତ ସନ୍ତାନ ଭାବେ ଗ୍ରହଣ କରିଛନ୍ତି।

Share