ହଲିଉଡ୍‌ରେ ଡିମ୍ପଲ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଡିମ୍ପଲ କାପାଡିଆଙ୍କ ଭିନ୍ନ ରୂପ ଏବେ ଦେଖିବାକୁ ମିଳିଛି। କାରଣ ସେ ଏବେ ହଲିଉଡ୍‌ ଫିଲ୍ମରେ ଅଭିନୟ କରିବାର ସୁଯୋଗ ପାଇଛନ୍ତି। କିଛିଦିନ ତଳେ ସୋସିଆଲ ମିଡିଆରେ ତାଙ୍କର ଏକ ଫଟୋ ଭାଇରାଲ ହୋଇଥିଲା। ଯେଉଁଥିରେ ସେ ହଲିଉଡ୍‌ କଳାକାରଙ୍କ ସହ ରାସ୍ତାରେ ଚାଲୁଥିବା ଦେଖିବାକୁ ମିଳିଥିଲା। ଆଉ ସେଥିରେ ତାଙ୍କ ଲୁକ୍ସ ଏକଦମ୍‌ ହଲିଉଡ୍‌ କଳାକାରଙ୍କ ସହ ମିଶୁଥିଲା। ଶୁଣିବାକୁ ମିଳିଛି ଡିମ୍ପଲ ହଲିଉଡ୍‌ ଫିଲ୍ମ ‘ଟେନେଟ’ରେ ନଜର ଆସିବେ। କାରଣ ହଲିଉଡ୍‌ ଫିଲ୍ମ ମେକର କ୍ରିଷ୍ଟୋଫର ନୋଲନ ଓ ଅଭିନେତା ରବର୍ଟ ପ୍ୟାଟିନଶନ ତାଙ୍କ କ୍ରିୟୁ ମେମ୍ବରଙ୍କ ସହ ‘ଟେନେଟ’ର ଶୁଟିଂ ପାଇଁ ମୁମ୍ବାଇ ଆସିଥିଲେ। ତେବେ ଡିମ୍ପଲ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହା ସାଉଥ୍‌ ମୁମ୍ବାଇରେ ପ୍ରାୟ ୧୦ ଦିନ ପର୍ଯ୍ୟନ୍ତ ଶୁଟିଂ ଚାଲିବ ବୋଲି ଜଣାପଡିଛି। ଏହା ୭ଟି ଭିନ୍ନ ଭିନ୍ନ ଦେଶରେ ଶୁଟିଂ କରାଯିବାର ଯୋଜନା ରହିଛି। ତେବେ ଏହି ଫିଲ୍ମ ଜରିଆରେ ହିଁ ଡିମ୍ପଲ ହଲିଉଡ୍‌ରେ ଏଣ୍ଟ୍ରି କରିବେ ବୋଲି ଜଣାପଡିଛି।

Share