Categories: ଜାତୀୟ

ହର୍ଷ ବର୍ଦ୍ଧନ ହେବେ ଡବ୍ଲ୍ୟୁଏଚ୍‌ଓ କାର୍ଯ୍ୟନିର୍ବାହୀ ବୋର୍ଡର ଅଧ୍ୟକ୍ଷ

ଜେନେଭା/ନୂଆଦିଲ୍ଲୀ,୨୦ା୫: କେନ୍ଦ୍ରୀୟ ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ବିଶ୍ୱସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) କାର୍ଯ୍ୟନିର୍ବାହୀ ବୋର୍ଡର ଅଧ୍ୟକ୍ଷ ଭାବେ ନିଯୁକ୍ତ ହେବେ। ୩୪ ସଦସ୍ୟ ବିଶିଷ୍ଟ ଡବ୍ଲ୍ୟୁଏଚ୍‌ଓ କାର୍ଯ୍ୟନିର୍ବାହୀ ବୋର୍ଡର ଅଧ୍ୟକ୍ଷ ଭାବେ ସେ ମେ ୨୨ରେ ଦାୟିତ୍ୱ ଗ୍ରହଣ କରିବେ। ସେ ଜାପାନର ଡ. ହିରୋକି ନକତାନିଙ୍କ ସ୍ଥାନରେ କାର୍ଯ୍ୟ କରିବେ। ୧୯୪ ସଦସ୍ୟ ବିଶିଷ୍ଟ ବିଶ୍ୱ ସ୍ବାସ୍ଥ୍ୟ ଅଧିବେଶନରେ ଅଧ୍ୟକ୍ଷ ପଦ ପାଇଁ ହର୍ଷ ବର୍ଦ୍ଧନଙ୍କ ନାମକୁ ଭାରତ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ହର୍ଷ ବର୍ଦ୍ଧନଙ୍କ ନାମକୁ ନିର୍ବିରୋଧ ଚୟନ କରାଯାଇଥିଲା। ଏହି ପଦବୀରେ ହର୍ଷ ବର୍ଦ୍ଧନ ଏକ ବର୍ଷ ପାଇଁ କାର୍ଯ୍ୟ କରିବେ।

Share