Categories: ଜାତୀୟ

ହରିୟାଣା ବିଧାନସଭା ନିର୍ବାଚନ: ବିଏସ୍‌ପି-ଜେଜେପି ମଧ୍ୟରେ ହୋଇପାରେ ମେଣ୍ଟ

ନୂଆଦିଲ୍ଲୀ,୧୧।୮: ଆସନ୍ତା ନଭେମ୍ବରରେ ହରିୟାଣାରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଏବେଠାରୁ ସବୁଦଳ ପ୍ରସ୍‌ୁତିରେ ଲାଗି ପଡିଲେଣି। ଏଥିରେ ଜନ ନାୟକ ଜନତା ପାର୍ଟି(ଜେଜେପି) ଓ ବହୁଜନ ସମାଜ ପାର୍ଟି(ବିଏସ୍‌ପି) ମିଳିତ ଭାବେ ବିଧାନସଭା ନିର୍ବାଚନ ଲଢିବେ ବୋଲି ସ୍ଥିର କରିଥିବା ଶୁଣିବାକୁ ମିଳିଛି। ଦିଲ୍ଲୀରେ ବିଏସ୍‌ପିର ରାଷ୍ଟ୍ରୀୟ ମହାସଚିବ ସତୀଶ ଚନ୍ଦ୍ର ମିଶ୍ର ଓ ଜେଜେପିର ସଂସ୍ଥାପକ ଦୁଶ୍ୟନ୍ତ ଚୌତାଲା ଏନେଇ କଥା ହୋଇଛନ୍ତି। ମୋଟ ୯୦ ଆସନ ମଧ୍ୟରୁ ଜେଜେପି ୫୦ ଓ ବିଏସ୍‌ପି ୪୦ ଆସନରେ ପ୍ରାର୍ଥୀ ଦେବ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ୨୦୧୪ ବିଧାନସଭା ନିର୍ବାଚନରେ ହରିୟାଣାର ୯୦ ଆସନ ମଧ୍ୟରୁ ୪୭ ଆସନରେ ଭାଜପା ବିଜୟ ଲାଗ କରିବା ସହ ସଂଖ୍ୟା ଗରିଷ୍ଠତା ପାଇ ଏକାକୀ ସରକାର ଗଠନ କରିଥିଲା।

Share