Categories: ଜାତୀୟ

ହରିୟାଣା କ୍ୟାବିନେଟର ହେଲା ସମ୍ପ୍ରସାରଣ

ଚଣ୍ଡିଗଡ଼,୧୪।୧୧: ହରିୟାଣାରେ ଭାରତୀୟ ଜନତା ପାର୍ଟି(ଭାଜପା) ଓ ଜନନାୟକ ଜନତା ପାର୍ଟି(ଜେଜେପି) ମେଣ୍ଟ ସରକାର ଗଠନର ୧୭ ଦିନ ପରେ ଅର୍ଥାତ୍‌ ଗୁରୁବାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହୋଇଛି। ପ୍ରଥମ ସମ୍ପ୍ରସାରଣରେ ୧୦ ମନ୍ତ୍ରୀ ଶପଥ ନେଇଥିବା ସୂଚନା ମିଳଛି। ଏମାନଙ୍କ ମଧ୍ୟରୁ ଭାଜପାର ୮, ଜେଜେପି ୧ ଓ ଅନ୍ୟ ଜଣେ ନିର୍ଦ୍ଦଳୀୟ ବିଧାୟକ ରହିଛନ୍ତି। ଏହାସହ ଏବେ ଖଟ୍ଟର ସରକାରଙ୍କ ମନ୍ତ୍ରୀ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି। ସର୍ବପ୍ରଥମେ ଭାଜପାର ବରିଷ୍ଠ ନେତା ଅନିଲ ବିଜ ଶପଥ ଗ୍ରହଣ କରିଛନ୍ତି।

Share