Categories: ଜାତୀୟ

ହରିୟାଣା କଂଗ୍ରେସ ବିଧାୟକ ଦଳର ନେତା ହେଲେ ହୁଡ୍ଡା

ହରିୟାଣା,୨।୧୧: କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଶନିବାର ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍‌ ହୁଡ୍ଡାଙ୍କୁ ହରିୟାଣା କଂଗ୍ରେସ ବିଧାୟକ ଦଳର ନେତା ଭାବେ ନିର୍ବାଚିତ କରିଛନ୍ତି। ଏବେ ସେ ହରିୟାଣା ବିଧାନସଭାର ବିରୋଧୀ ଦଳ ନେତା ରହିଛନ୍ତି। ହରିୟାଣା ବିଧାନସଭା ନିର୍ବାଚନରେ କଂଗ୍ରେସ ଲୋକ ସଭା ନିର୍ବାଚନଠାରୁ ଭଲ ପ୍ରଦର୍ଶନ କରିଥିବା ବେଳେ ଆଗକୁ ମଧ୍ୟ ସେ ଆହୁରି ଭଲ କରିବ ବୋଲି ଆଶା ରଖିଛି। ଏବେ ହରିୟାଣାରେ ପ୍ରଦେଶ କଂଗ୍ରେସ କମିଟି (ପିସିସି ) ସଭାପତି ରହିଛନ୍ତି କୁମାରୀ ଶୈଲଜା।

Share