Categories: ଜାତୀୟ

ହରିୟାଣାରେ ସୋନିଆଙ୍କ ରାଲି ବାତିଲ୍‌: ଏବେ ରାହୁଲ ସମ୍ଭାଳିବେ ମୋର୍ଚ୍ଚା

ଚଣ୍ଡିଗଡ଼,୧୮।୧୦: ହରିୟାଣା ମହେନ୍ଦ୍ରଗଡ଼ରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ହେବାକୁ ଥିବା ରାଲିକୁ ବାତିଲ୍‌ କରାଯାଇଛି। ସୋନିଆ ଗାନ୍ଧୀ ଏବେ ଏହି ରାଲିକୁ ସମ୍ବୋଧିତ କରିବେ ନାହିଁ। ତାଙ୍କ ବଦଳରେ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ଏହାର ମୋର୍ଚ୍ଚା ସମ୍ଭାଳିବେ। ସୂଚନାଯୋଗ୍ୟ, ଶୁକ୍ରବାର ମହେନ୍ଦ୍ରଗଡ଼ରେ କଂଗ୍ରେସ ପକ୍ଷରୁ ନିର୍ବାଚନୀ ରାଲିର ଆୟୋଜନ କରାଯାଇଛି। ଅପରାହ୍ନରେ ସୋନିଆଙ୍କ ବଦଳରେ ଏବେ ରାହୁଲ ଏହି ଜନସଭାକୁ ସମ୍ବୋଧିତ କରିବେ। ସୋନିଆଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଯୋଗୁ ତାଙ୍କ ଗସ୍ତ ବାତିଲ ହୋଇଥିବା ସୂଚନା ମିଳିଛି। ଏହି କାର୍ଯ୍ୟକ୍ରମରେ ରାହୁଲଙ୍କ ସହ ଭୂପେନ୍ଦ୍ର ସିଂହ ହୁଡ୍ଡା, ଗୁଲାମ ନବି ଆଜାଦ, ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ କୁମାରୀ ଶୈଲଜା ଓ କଂଗ୍ରେସର ବରିଷ୍ଠ ନେତା ସାମିଲ ହେବେ। ହରିୟାଣା ଓ ମହାରାଷ୍ଟ୍ରରେ ଅକ୍ଟୋବର ୨୧କୁ ମତଦାନ ଗ୍ରହଣ କରାଯିବାକୁ ଥିବା ବେଳେ ଶନିବାର ନିର୍ବାଚନୀ ପ୍ରଚାରର ଶେଷ ଦିନ ରହିଛି। ଗତ କିଛି ଦିନରୁ ରାହୁଲ ୨ ରାଜ୍ୟର ପ୍ରଚାର କରୁଛନ୍ତି। ତେବେ ମହେନ୍ଦ୍ରଗଡ଼ରେ ଭାଜପା ଜିତି ଆସୁଥିବା ବେଳେ କଂଗ୍ରେସ ପାଇଁ ଏହି ନିର୍ବାଚନ ଏକ କଡ଼ା ଟକ୍କର ସାବ୍ୟସ୍ତ ହେବ।

Share