Categories: ଜାତୀୟ

ହରିୟାଣାରେ ସରକାର ଗଢିପାରେ ଭାଜପା

ଚଣ୍ଡିଗଡ,୨୫।୧୦: ମହାରାଷ୍ଟ୍ର ଏବଂ ହରିୟାଣାରେ ଭାଜପା ସବୁଠୁ ଅଧିକ ଆସନ ପାଇଁ। ମହାରାଷ୍ଟ୍ରରେ ଶିବସେନା ସହ ମେଣ୍ଟ କରି ସରକାର ଗଢିବାକୁ ଯାଉଥିବାବେଳେ ହରିୟାଣା ଗଣିତ କିଛିଟା ବିଗିଡି ଯାଇଛି। ଏଠାରେ ଭାଜପା ୯୦ଟି ବିଧାନସଭା ଆସନରୁ ୪୦ଟିରେ ବିଜୟ ହାସଲ କରିଛି। ଦଳ ବହୁମତଠାରୁ ମାତ୍ର ୬ଟି ଆସନରେ ପଛୁଆ ରହିଛି। ଅନ୍ୟ ଦଳଗୁଡିକର ସମର୍ଥନ ଜୁଟାଇବାରେ ଲାଗିପଡିଛି ଭାଜପା। ହରିୟାଣାରେ ୮ଜଣ ନିର୍ଦ୍ଦଳୀୟ ବିଧାୟକ ନିର୍ବାଚନ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ଦୁଇଜଣ ଭାଜପାକୁ ସମର୍ଥନ ଦେବା ପାଇଁ ଘୋଷଣା କରିଛନ୍ତି। ଏହି ପରିସ୍ଥିତିରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ଶୁକ୍ରବାର ଦିଲ୍ଲୀ ଆସୁଛନ୍ତି। ଦଳର ହାଇକମାଣ୍ଡଙ୍କ ସହ ବୈଠକ ପରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି। ହରିଆଣା ରାଜନୀତିରେ ନୂଆ କିଙ୍ଗ ମେକର ସାଜିଥିବା ଦ୍ୟୁଷନ୍ତ ଚୌଟାଲାଙ୍କ ଜନନାୟକ ଜନତା ପାର୍ଟି(ଜେଜେପି) ଭାଜପାକୁ ସମର୍ଥନ ଦେଇପାରେ ବୋଲି ଜଣାପଡିଛି। ଜେଜେପି ୯୦ଟି ବିଧାନସଭା ଆସନରୁ କଂଗ୍ରେସ ୩୦ଟି ଆସନରେ ଜିତିଛି। ଅନ୍ୟାନ୍ୟ ଦଳ ୨୦ଟି ଆସନ ଜିତିଛନ୍ତି। ଏହି ୨୦ଟି ଆସନରୁ ଜେଜେପି ୧୦ଟିରେ ଜିତିଥିବା ବେଳେ ଆଇଏନଏଲଡି ଗୋଟିଏ ଓ ଏଚଏଲପି ଗୋଟିଏ ଆସନ କବଜା କରିଛନ୍ତି। ଆଉ ୮ଟି ନିର୍ଦ୍ଦଳୀୟ ଜିତିଛନ୍ତି।

Share