Categories: ଜାତୀୟ

ହରିଶ୍‌ ସାଲଓ୍ବେଙ୍କୁ ଏକ ଟଙ୍କା ବକେୟା ନେବାକୁ ଡାକି ଦୁନିଆରୁ ଚାଲିଗଲେ ସୁଷମା

ନୂଆଦିଲ୍ଲୀ,୭।୮: ପୂର୍ବତନ ବହିର୍ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ ମୃତ୍ୟୁର ଏକ ଘଣ୍ଟା ପୂର୍ବରୁ ଆଇନଜୀବି ହରିଶ୍‌ ସାଲେଓଙ୍କୁ ତାଙ୍କର ଏକ ଟଙ୍କା ବକେୟା ନେବା ପାଇଁ ଫୋନ୍‌ କରିଥିଲେ। ରାତି ୮ଟା ୫୦ରେ ହରିଶ୍‌ଙ୍କୁ ଫୋନ୍‌ କରି ବୁଧବାର ସନ୍ଧ୍ୟା ୬ଟାରେ ତାଙ୍କର ବକେୟା ଏକ ଟଙ୍କା ନେବାକୁ ଆସିବା ଲାଗି ଅନୁରୋଧ କରିଥିଲେ। ହରିଶ୍‌ ହ୍ୟୁଗ୍‌ର ଅନ୍ତର୍ଜାତୀୟ କୋର୍ଟରେ ପାକିସ୍ତାନରେ ବନ୍ଦୀ ଥିବା କୁଳଭୁଷଣ ଯାଦବଙ୍କ ପାଇଁ ଲଢୁଥିଲେ। ତେବେ ହରିଶ୍‌ ଏଥି ଲାଗି ଏକ ଟଙ୍କା ଫିସ୍‌ ନେବାକୁ କହିଥିଲେ। ମାତ୍ର ସୁଷମା ହରିଶ୍‌ଙ୍କ ବକେୟା ଦେବା ପୂର୍ବରୁ ପାର୍ଥିବ ଦୁନିଆ ଛାଡି ଚାଲିଯାଇଥିଲେ ବୋଲି ଏକ ସାକ୍ଷାତ୍‌କାରରେ ହରିଶ୍‌ କହିଛନ୍ତି।

Share