ହରିଶଙ୍କରରୁ ନୃସିଂହନାଥକୁ ପାହାଡ ଚଢି ଯିବା ମଜା ନିଆରା

ଖପ୍ରାଖୋଲ, ୧୭ା୫(ଡି.ଏନ.ଏ.):ବଲାଙ୍ଗୀର ଜିଲା ଓ ବରଗଡ ଜିଲା ସୀମାନ୍ତରେ ରହିଛି ଗନ୍ଧମାର୍ଦ୍ଦନ ପାହାଡ ା ପାହାଡର ଦୁଇପାର୍ଶ୍ୱରେ ହରିଶଙ୍କର ଏବଂ ନୃସିଂହନାଥ ପୀଠ ା ବର୍ଷ ସାରା ଦୁଇ ପୀଠର ପ୍ରାକୃତିକ ସୌନ୍ଦର୍ଯ୍ୟ ସହିତ ଧାର୍ମିକ, ଆଧ୍ୟାତ୍ମିକ, ପୌରାଣିକ, କିମ୍ବଦନ୍ତକୁ ନେଇ ଶ୍ରଦ୍ଧାଳୁ ତଥା ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଥାଏ ା ଦୁଇ ପୀଠକୁ ଲାଗି ଉଭୟ ପାଶର୍‌ବରେ ବହିଯାଇଛି ଚିରସୋ୍ରତା ଝରଣା ା ଦୁଇପୀଠକୁ ଭଲ ସଡକ ପଥ ଦେଇ ଗଲେ ୮୦ କିମିରୁ ଅଧିକ ଦୂର ପଡୁଥିବାବେଳେ ଲୋକେ ଗାଡି ମୋଟରରେ ଯାଆସ କରିଥାନ୍ତି ା ହେଲେ ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ଉଭୟ ପୁଣ୍ୟକ୍ଷେତ୍ରରେ ହେଉଥିବାରୁ ତିନିଦିନ ଧରି ଗନ୍ଧମାର୍ଦ୍ଦନ ପାହାଡ ପାଲଟେ ଲୋକାରଣ୍ୟ ା ହଜାର ହଜାର ଶ୍ରଦ୍ଧାଳୁ ଆଶା ବିଶ୍ୱାସ ଓ ମାନସିକ ରଖି ଉଠାଣି ଗଡାଣି ପାହାଡ ରାସ୍ତାରେ ଦୀର୍ଘ ୧୫ କିମିରୁ ଊର୍ଦ୍ଧ୍ୱ ପଥକୁ ଦିନ ରାତି ଯିବା ଆସିବା କରୁଥିବା ଦେଖିବାକୁ ମିଳିଛି। ଗନ୍ଧମାର୍ଦ୍ଦନ ପାହାଡ ଜଙ୍ଗଲରେ ଭରା ଥିବାବେଳେ ବନ୍ୟଜନ୍ତୁ ରହିଛନ୍ତି। ହେଲେ ବିଶ୍ୱାସ ପାଖରେ ସବୁ ହାର ମାନିଥାଏ। ପିଲା ଠୁଁ ବୁଢା ଯାଏଁ ସବୁ ବୟସର ଶ୍ରଦ୍ଧାଳୁ ପାହାଡ ଚଢି କିଏ ନୃସିଂହନାଥ ଯାଉଛି ତ କିଏ ହରିଶଙ୍କର ଆସୁଛି ଏହି ନିର୍ଘତ ଖରାରେ। ସତେ ଯେମିତି ବୈଶାଖ ଚତୁର୍ଦ୍ଦଶୀ ମେଳାବେଳେ ଏହି ତିନି ଦିନ ପାଲଟିଛି ପାହାଡ ଚଢାର ମାହାକୁମ୍ଭ ା ସମସ୍ତଙ୍କ ଅପେକ୍ଷା ଏହି ଦିନକୁ ା ଚଳିତ ବର୍ଷ ହଜାର ହଜାର ଶ୍ରଦ୍ଧାଳୁ ପାହାଡ ଚଢୁଥିବା ଓ ଓହ୍ଲାଉ ଥିବା ଦେଖିବାକୁ ମିଳିଥିଲା। ଅଧିକ ସଂଖ୍ୟାରେ ଛତିଶଗଡ ଅଞ୍ଚଳର ଶ୍ରଦ୍ଧାଳୁ ଥିବା ଅନ୍ୟ ବର୍ଷ ଭଳି ଦେଖିବାକୁ ମିଳିଛି ା ପାହାଡ ଚଢା ସମୟରେ କୌଣସି ଅଘଟଣ ଆଜି ଯାଏଁ ଘଟି ନ ଥିବା ହରିଶଙ୍କର ମନ୍ଦିର ପରିଚାଳନା ସବ କମିଟି ସଭାପତି ବିପ୍ର ବିଶି ପ୍ରକାଶ କରିଛନ୍ତି। ପାହାଡ ଚଢା କଷ୍ଟକର ହୋଇଥିଲେ ବି ଗନ୍ଧମାର୍ଦ୍ଦନ ମାତା, ହରିଶଙ୍କର ବାବା, ନୃସିଂହନାଥ ବାବାଙ୍କ କରୁଣାରୁ ଶ୍ରଦ୍ଧାଳୁମାନେ ସହଜରେ ଯାଆସ କରିଥାନ୍ତି। ମନ୍ଦିର ତରଫରୁ ଗନ୍ଧମାର୍ଦ୍ଦନ ପାହାଡର ୫ କିମି ଉପରେ ଭୀମ ମୋଡ ନିକଟରେ ଶ୍ରଦ୍ଧାଳୁଙ୍କୁ ପାନୀୟ ଜଳ ଦେବା ପାଇଁ ବ୍ୟବସ୍ଥା କରାଯାଇଥିବା ହରିଶଙ୍କର ମନ୍ଦିର ପରିଚାଳକ ବେଣୁଧର ସାହୁ କହିଛନ୍ତି। ପାହାଡ ପଥ ୧୫କିମିରୁ ଉର୍ଦ୍ଧ୍ୱ ହେଉଥିବାରୁ ଶ୍ରଦ୍ଧାଳୁଙ୍କୁ ସ୍ବାସ୍ଥ୍ୟସେବା ପାହାଡ ଉପରେ ଯୋଗାଇବାକୁ ସାଧାରଣରେ ଦାବି ହେଉଛି ା