Categories: ଜାତୀୟ

ହରର ସିରିଏଲ ଦେଖି ଆତ୍ମହତ୍ୟା କଲେ ୧୨ବର୍ଷର ଝିଅ

ଭୋପାଳ, ୨୬।୬: ମଧ୍ୟ ପ୍ରଦେଶରେ ଏକ ଅଭାବନୀୟ ଘଟଣା ଘଟିଛି। ହରର ସିରିଏଲ ଦେଖି ଭୋପାଳର ଜଣେ ୧୨ ବର୍ଷର ଝିଅ ଆତ୍ମହତ୍ୟା କରିଛନ୍ତି। ସିରିଏଲରେ ଆତ୍ମହତ୍ୟାର ପ୍ରତି ସିନ୍‌ ଫଲୋ କରି ସେ ଆତ୍ମହତ୍ୟା କରିଛନ୍ତି ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ପରିବାର ଲୋକେ ନିଜ କାମରେ ବ୍ୟସ୍ତ ଥିବାବେଳେ ପିଲାମନେ ଟିଭି ଦେଖି ଖେଳୁଥିଲେ। ଟିଭିରେ ଏକ ହରର୍‌ ସିରିଏଲରେ ଆତ୍ମହତ୍ୟା ସିନ୍‌ ଚାଲିଥିବାବେଳେ ମୃତ ଝିଅଟି ବାସ୍ତବରେ ଷ୍ଟୁଲ ରଖି ରଶି ସାହାଯ୍ୟରେ ସେପରି କରିବାକୁ ଚେଷ୍ଟା କରିଥିଲେ। କିଛି ସମୟପରେ ପରିବାର ଲୋକେ ଦେଖି ତୁରନ୍ତ ହସ୍ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Share