Categories: ଖେଳ

ହରଭଜନଙ୍କ ସହ ଏହି ଯୁବତୀ ଜଣଙ୍କ କିଏ? ଫଟୋ ଭାଇରାଲ

ସାଉଥାମ୍ପଟନ୍‌, ୨୪।୬: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟ ଖେଳାଯାଇଥିବା ବିଶ୍ୱକପର ଏକ ମ୍ୟାଚରେ ଭାରତ ୧୧ରନରେ ବିଜୟୀ ହୋଇଛି। ଏହି ମ୍ୟାଚରେ କମେଣ୍ଟ୍ରି କରୁଥିବା ପୂର୍ବତନ ଭାରତୀୟ ସ୍ପିନର ହରଭଜନ ସିଂ ଏବଂ ଜଣେ ସୁନ୍ଦରୀ ଯୁବତୀଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ ଏହି ଯୁବତୀ ଜଣଙ୍କ କିଏ ତାଙ୍କୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି। ଏହି ଯୁବତୀ ଜଣଙ୍କ ହେଉଛନ୍ତି ଆଫଗାନିସ୍ତାନ ଆଙ୍କର ଦୀବା ପଟାଙ୍ଗ। ସେ ଜଣେ ଆଙ୍କର ଏବଂ ପିଏଚଡି ଛାତ୍ରୀ। ଲଣ୍ଡନରେ ଆଫଗାନିସ୍ତାନ ଦୂତାବାସ ପାଇଁ କାମ ସେ କାମ କରୁଛନ୍ତି। ବିଶ୍ୱକପରେ ସେ ସଚିନ ତେନ୍ଦୁଲକର, ଅଭିନେତା ରଣବୀର ସିଂଙ୍କ ସାକ୍ଷାତକାର ମଧ୍ୟ ନେଇଛନ୍ତି। ଟୁଇଟରରେ ଦୀବାଙ୍କ ୫୦ ହଜାରରୁ ଊର୍ଦ୍ଧ୍ୱ ଫଲୋଅର୍ସ ଅଛନ୍ତି। ସୋସିଆଲ ମିଡିଆରେ ସର୍ବଦା ସକ୍ରିୟ ଥିବା ସୁନ୍ଦରୀ ଦୀବାଙ୍କୁ ନେଇ ଲଣ୍ଡନରେ ବେଶ୍‌ ଚର୍ଚ୍ଚା ହେଉଛି।

Share