Categories: ଖେଳ

ହରଭଜନଙ୍କୁ କ୍ୟାନ୍‌, କୁଡ୍‌ ମଧ୍ୟରେ ପାର୍ଥକ୍ୟ ଜଣା ନ ଥିଲା

ଜଣେ ଇଂଲିଶ ଭାଷାରେ ଦୁର୍ବଳ ହେବା ଆମ ଦେଶରେ କିଛି ନୂଆ ନୁହେଁ। ଅନେକ ଶିକ୍ଷାର୍ଥୀଙ୍କୁ ଇଂଲିଶ ଭାଷାର ସାଧାରଣ ଓ୍ବାର୍ଡ ଯଥା କ୍ୟାନ୍‌ ଓ କୁଡ୍‌ ମଧ୍ୟର ଫରକ ଜଣା ନ ଥାଏ। ସମାନ ସମସ୍ୟା ଥିଲା ଭେଟେରାନ ଭାରତୀୟ ଅଫ୍‌ ସ୍ପିନର ହରଭଜନ ସିଂଙ୍କ। ସେ ମଧ୍ୟ ଇଂଲିଶ ଭାଷାରେ ଦୁର୍ବଳ ଥିଲେ। ଉଭୟ ଶବ୍ଦର ଅର୍ଥ ପ୍ରାୟତଃ ନିଶ୍ଚିତ ପାରିବ। କିନ୍ତୁ ଏକଥା ଟର୍ବୋନେଟର ଭାବେ ଜଣାଶୁଣା ଭଜିଙ୍କୁ ଜଣା ନ ଥିଲା। ଏହା ସେ ଲୋକପ୍ରିୟ କମେଡି ଶୋ ‘ଦ କପିଲ ଶର୍ମା ଶୋ’ରେ ସ୍ବୀକାର କରିଥିଲେ। ମାତ୍ର ତାଙ୍କ ସ୍ତ୍ରୀ ଗୀତା ବାସରା ଇଂଲିଶ ଭାଷାରେ ପାରଙ୍ଗମ। ତାଙ୍କ ସହାୟତା ଓ କମେଣ୍ଟ୍ରି କରି କରି ତାଙ୍କ ଇଂଲିଶରେ ସୁଧାର ଆଣିଥିଲେ ବୋଲି ସେ କହିଥିଲେ। କେବଳ ହରଭଜନଙ୍କ ଇଂଲିଶ ଭାଷାରେ ଦୁର୍ବଳତା ଥିଲା, ତା ନୁହେଁ କିମ୍ବଦନ୍ତୀ ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହ୍ବାଗ, ମହମ୍ମଦ କୈଫ ମଧ୍ୟ ସମାନ ସମମ୍ୟାର ସମ୍ମୁଖୀନ ହୋଇଥିଲେ।

Share