ହରଦୀପ ସିଂ ପୁରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ: ‘ଓଡ଼ିଶାକୁ ଅନ୍ତର୍ଜାତୀୟ ବିମାନ ସଂଖ୍ୟା ବୃଦ୍ଧି କରାଯାଉ’

ଭୁବନେଶ୍ୱର, ୧୯।୧୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାକୁ ଅଧିକ ଅନ୍ତର୍ଜାତୀୟ ବିମାନ ସଂଯୋଗ ଓ ଘରୋଇ ବିମାନ ଚଳାଚଳକୁ ଆହୁରି ବ୍ୟାପକ କରିବା ପାଇଁ ମଙ୍ଗଳବାର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଚିଠି ଲେଖିଛନ୍ତି। ଅନ୍ତର୍ଜାତୀୟ ବିମାନ ସେବା ପାଇଁ ଏଠାରେ ଯଥେଷ୍ଟ ସୁଯୋଗ ସହ ଆବଶ୍ୟକ ଭିତ୍ତିଭୂମି ରହିଛି। ଓଡ଼ିଶାର ବିଭିନ୍ନ ବିକଶିତ କ୍ଷେତ୍ର ଓ ସମ୍ବଳର ଉଦାହରଣ ଦେଇ ହରଦୀପଙ୍କୁ ରାଜ୍ୟ ପରିଦର୍ଶନରେ ଆସିବାକୁ ମୁଖ୍ୟମନ୍ତ୍ରୀ ଆମନ୍ତ୍ରଣ କରିଛନ୍ତି।
ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଲେଖିଛନ୍ତି ଯେ, ବିଗତ କିଛିବର୍ଷ ମଧ୍ୟରେ ଓଡ଼ିଶାରେ ବିମାନ ଚଳାଚଳ କ୍ଷେତ୍ରର ବୃଦ୍ଧି ଘଟିବା ସହ ଘରୋଇ ବିମାନ ଚଳାଚଳରେ ମଧ୍ୟ ଆଖିଦୃଶିଆ ଉନ୍ନତି ହୋଇଛି। ଏବେ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ଗୁରୁତ୍ୱ ଦିଆଯାଉ। ବର୍ତ୍ତମାନ ଓଡ଼ିଶାରୁ ଗୋଟିଏମାତ୍ର ବିମାନ ବିଦେଶକୁ ଉଡ଼ାଣ କରୁଛି। ଏହା ବ୍ୟତୀତ ଆଉ କିଛି ବିମାନ ଭାୟା ଦିଲ୍ଲୀ ଓ କୋଲକାତା ଦେଇ ବିଦେଶକୁ ଉଡ଼ାଣ କରୁଛି। ବିଦେଶରେ ବୈଷୟିକ, ସୂଚନା ଓ ପ୍ରଯୁକ୍ତିବିଦ୍ୟା, ବିମାନ ଚଳାଚଳ, ଉତ୍ପାଦନ ଓ ଅନ୍ୟାନ୍ୟ ସେବା କ୍ଷେତ୍ରରେ ପ୍ରବାସୀ ଓଡ଼ିଆଙ୍କ ସଂଖ୍ୟା ଅଧିକ ରହିଛି। ଆମେରିକା ଓ ୟୁରୋପ ଭଳି ବିକଶିତ ମହାଦେଶରେ ପ୍ରବାସୀ ଓଡ଼ିଆ ବେଶ୍‌ ସଫଳ ଓ ସମୃଦ୍ଧ ହୋଇଛନ୍ତି। ଯୋଗାଯୋଗର ସହଜ ମାଧ୍ୟମ ଯୋଗୁ ପୂରା ବିଶ୍ୱରେ ଓଡ଼ିଆମାନେ ଉଚ୍ଚ ପଦପଦବୀରେ ନିଯୁକ୍ତି ପାଇଛନ୍ତି। ମଧ୍ୟପୂର୍ବ ଦେଶଗୁଡ଼ିକରେ ମଧ୍ୟ ଓଡ଼ିଆଙ୍କ ସଂଖ୍ୟା ବଢ଼ି ଚାଲିଛି। ଓଡ଼ିଶାରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ସଫଳ ଭାବେ କାର୍ଯ୍ୟ କରୁଥିବାରୁ ବିଦେଶୀ ସଂସ୍ଥାଗୁଡ଼ିକ ଓଡ଼ିଆଙ୍କୁ ନିଯୁକ୍ତି ଦେବାରେ ଆଗ୍ରହ ପ୍ରକାଶ କରୁଛନ୍ତି। ଏଥିପାଇଁ ଓଡ଼ିଶା ସହ ବିଶ୍ୱର ଲିଙ୍କ୍‌ ପରିବ୍ୟାପ୍ତ ହୋଇଚାଲିଛି। ଓଡ଼ିଶାରେ ଭଲ ଭିତ୍ତିଭୂମି ଥିବା ପର୍ଯ୍ୟଟନସ୍ଥଳୀଗୁଡ଼ିକ ରହିଛି। ବିଶେଷକରି ପର୍ଯ୍ୟାବରଣ ପର୍ଯ୍ୟଟନସ୍ଥଳୀ ଚିଲିକା ହ୍ରଦ, ଶିମିଳିପାଳ, ଭିତରକନିକା ଓ ସାତକୋଶିଆ ଆଦି ବିଦେଶୀ ପର୍ଯ୍ୟଟକଙ୍କୁ ବେଶ୍‌ ଆକୃଷ୍ଟ କରୁଛି। ସମୃଦ୍ଧ ବୌଦ୍ଧ ପର୍ଯ୍ୟଟନସ୍ଥଳୀ ରହିଥିବାରୁ ଅନ୍ତର୍ଜାତୀୟ ବୁଦ୍ଧିଷ୍ଟ ସର୍କିଟରେ ଓଡ଼ିଶା ସ୍ଥାନ ପାଇଛି। ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରରେ ନିଆଯାଉଥିବା ପଦକ୍ଷେପ ଆଗାମୀ ଦିନରେ ଅନ୍ତର୍ଜାତୀୟ ଟୁର୍‌ ଅପରେଟରଙ୍କୁ ଆକୃଷ୍ଟ କରିବ। ଉଡ଼ାନ ଯୋଜନାରେ ଘରୋଇ ବିମାନ ଚଳାଚଳ କ୍ଷେତ୍ରରେ ରାଉରକେଲା ଓ ଜୟପୁରକୁ ଖୁବ୍‌ଶୀଘ୍ର ଯୋଡିବାକୁ ଆମେ ଚାହୁଁଛୁ ବୋଲି ନବୀନ ଲେଖିଛନ୍ତି। ରାଉରକେଲାରେ ଆଗକୁ ହକି ବିଶ୍ୱକପ୍‌ ଆୟୋଜନ ହେବାକୁ ଯାଉଥିବାରୁ ଏହାର ଯଥେଷ୍ଟ ଆବଶ୍ୟକତା ରହିଛି। ଓଡ଼ିଶା ପୁଞ୍ଜିନିବେଶ କ୍ଷେତ୍ରରେ ତୃତୀୟ ସ୍ଥାନରେ ରହିଛି। ପ୍ରମୁଖ ଶିଳ୍ପସଂସ୍ଥା ସହ ଓଡ଼ିଶା ଯୋଡିହୋଇଛି। ନିବେଶ ଉପଯୋଗୀ, ଦକ୍ଷ ମାନବ ଓ ଖଣିଜ ସମ୍ବଳ ଯୋଗୁ ଓଡ଼ିଶା ବିଦେଶୀ ପୁଞ୍ଜି ପାଇଁ ଉପଯୁକ୍ତ ସ୍ଥଳ ହେବ। ତେଣୁ ବିଭାଗୀୟ ଅଧିକାରୀ ଓ ପ୍ରମୁଖ ବିମାନ ଚଳାଚଳ ସଂସ୍ଥାର ମୁଖ୍ୟ କାର୍ଯ୍ୟନିର୍ବାହୀଙ୍କୁ ଧରି ଓଡ଼ିଶା ଆସିବାକୁ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ କେନ୍ଦ୍ରମନ୍ତ୍ରୀ ହରଦୀପଙ୍କୁ ଆମନ୍ତ୍ରିତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri