Categories: ଜାତୀୟ

ହରଡ଼ଘଣାରେ ସଚିନ୍‌: କାହାକୁ ରଖିବେ କାହାକୁ ଛାଡିବେ ?

ଜୟପୁର,୨୯।୫: ଲୋକ ସଭା ନିର୍ବାଚନରେ ବିଫଳତା ପରେ ରାଜସ୍ଥାନ ଉପମୁଖ୍ୟନ୍ତ୍ରୀ ତଥା ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ସଚିନ ପାଇଲଟ ହରଡ଼ଘଣାରେ ପଡ଼ିଛନ୍ତି। ତାଙ୍କୁ ଏହି ୨ଟି ପଦବୀ ମଧ୍ୟରୁ ଗୋଟିକୁ ଛାଡିବାକୁ ପଡ଼ିବ। ତେବେ ତାଙ୍କର ଉପମୁଖ୍ୟମନ୍ତ୍ରୀ ପଦରୁ ହଟିବାର ଅଧିକ ସମ୍ଭାବନା ଥିବା କୁହାଯାଉଛି। ରାଜ୍ୟରେ ୨୫ଟି ଲୋକ ସଭା ଆସନ ମଧ୍ୟରୁ କଂଗ୍ରେସ ସମସ୍ତ ଆସନରେ ପରାଜୟ ସ୍ବୀକାର କରିଛି। ସେହିପରି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କ ସ୍ଥିତି ମଧ୍ୟ ଖରାପ ରହିଛି। ସେ ଲୋକ ସଭା ନିର୍ବାଚନରେ ରାଜସ୍ଥାନରେ ୧୩୦ ରୋଡ୍‌ ଶୋ କରିଥିଲେ। ସେଥିମଧ୍ୟରୁ ୯୩ କେବଳ ସେ ନିଜ ପୁତ୍ର ବୈଭବ ଗେହଲଟ୍‌ ପାଇଁ ଯୋଧପୁର ଆସନରେ କରିଥିଲେ। ଏନେଇ ରାହୁଲ ପରୋକ୍ଷ ଭାବେ ସୂଚନା ମଧ୍ୟ ଦେଇ ସାରିଛନ୍ତି।

Share