Categories: ଖେଳ

ହନିମୁନ ଯାଇପାରିବେନି କ୍ରିକେଟର୍‌ ମନୀଷ ପାଣ୍ଡେ, ଜାଣନ୍ତୁ କାହିଁକି

କ୍ରିକେଟର୍‌ ମନୀଷ ପାଣ୍ଡେ ଏକ ନୂଆ ଇନିଂସ ଆରମ୍ଭ କରିଛନ୍ତି। ନିଜ ପ୍ରେମିକା ତଥା ଅଭିନେତ୍ରୀ ଆଶ୍ରିତା ସେଟ୍ଟୀଙ୍କୁ ବିବାହ କରିଛନ୍ତି। ମୁମ୍ବାଇର ଏକ ଗ୍ରାଣ୍ଡ୍‌ ହୋଟେଲରେ ଉଭୟ ବିବାହ ସମ୍ପନ୍ନ ହୋଇଛି। ବିବାହ ସରିବା ମାତ୍ରେ ମନୀଷ ବୁଧବାର ଦିନ ଭାରତୀୟ ଦଳ ସହ ଯୋଗଦେବେ। କାରଣ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ଟି-୨୦ ସିରିଜ୍‌ ପାଇଁ ମନୀଷଙ୍କୁ ଦଳରେ ଚୟନ କରାଯାଇଛି। ତେଣୁ ବ୍ୟକ୍ତ କାର୍ଯ୍ୟକ୍ରମ ମଧ୍ୟରେ ସେ ହନିମୁନ ଯାଇପାରିବେ ନାହିଁ ବୋଲି ଜଣପାଡିଛି। ରବିବାର ନିଜ ନେତୃତ୍ୱରେ କର୍ଣ୍ଣାଟକାକୁ ସୟଦ ମୁସ୍ତାକ ଅଲୀ ଟି-୨୦ ଚାମ୍ପିୟନ କରାଇଥିବା ମନିଷ ସୋମବାର ମନୀଷ ବର୍ତ୍ତମାନ ଉଭୟ ଘରୋଇ ଓ ଅନ୍ତର୍ଜାତୀୟ ସ୍ତରରେ ଲଗାତାର କ୍ରିକେଟ ଖେଳୁଛନ୍ତି। ଏଭଳି ଏକ ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ମଧ୍ୟରେ ସେ ନିଜ ବିବାହ ପାଇଁ ସମୟ ବାହାର କରିଥିଲେ। ମ୍ୟାଚ ଶେଷ ହେବାର ୧୨ ଘଣ୍ଟା ଭିତରେ ସେ ଆଶ୍ରିତାଙ୍କୁ ନିଜର ଜୀବନସାଥୀ କରିଛନ୍ତି। ଆଶ୍ରିତା ତାମିଲ ଫିଲ୍ମ ଜଗତର ଜଣାଶୁଣା ଅଭିନେତ୍ରୀ। ସେ ଇନ୍ଦ୍ରଜିତ୍, ଉଧୟମ ଏନଏଚ-୪ ସମେତ ୫ଟି ଫିଲ୍ମରେ ଅଭିନୟ କରିଛନ୍ତି। ଏହି ବିବାହରେ ଉଭୟଙ୍କର କେବଳ ଘନିଷ୍ଠ ବନ୍ଧୁ ଏବଂ ସମ୍ପର୍କୀୟ ସାମିଲ ହୋଇଛନ୍ତି।

Share